fbpx
BSKY
BJD MC SKY
BJD YOUTH SKY

UGCର ନୂଆ ବିଜ୍ଞପ୍ତି: Online, Distance Learningରୁ ପ୍ରାପ୍ତ ଡିଗ୍ରୀ ପାରମ୍ପରିକ ଡିଗ୍ରୀ ସହିତ ସମାନ ହେବ

ନୂଆଦିଲ୍ଲୀ: ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ପ୍ରାପ୍ତ ସମସ୍ତ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀକୁ ପାରମ୍ପରିକ ମୋଡ଼ରେ ପ୍ରାପ୍ତ ଅନ୍ୟ ଡିଗ୍ରୀ ସହ ସମାନ ଭାବେ ଗ୍ରହଣ କରାଯିବ । ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଜାରି ଏକ ନୋଟିଫିକେସନ ମାଧ୍ୟମରେ ଏହା କୁହାଯାଇଛି ।

ଯଦି ଡିଗ୍ରୀ ଜାରି କରୁଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ମାନ୍ୟତା ପ୍ରାପ୍ତ ହୋଇଥିବ ତେବେ ଡିଗ୍ରୀ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ଡିଗ୍ରୀ ବିଶିଷ୍ଟତା ୨୦୧୪ରେ ୟୁଜିସି ଅଧିସୂଚନା ଅନୁଯାୟୀ ଏହା ଲାଗୁ ହେବ ବୋଲି ଏନେଇ ୟୁଜିସି ସଚିବ କହିଛନ୍ତି ।

ଉଚ୍ଚ ଶିକ୍ଷାନୁଷ୍ଠାନ ଦ୍ୱାରା ଓପନ, ଡିଷ୍ଟାନ୍ସ ବା ଅନଲାଇନ ମୋଡ଼ ମାଧ୍ୟମରେ ଗ୍ରାଜୁଏସନ ବା ପୋଷ୍ଟ ଗ୍ରାଜୁଏଲ ସ୍ତରରେ ପ୍ରଦାନ କରାଯାଉଥିବା ଡିଗ୍ରୀ ଓ ଡିପ୍ଲୋମାକୁ ପାରମ୍ପରିକ ମୋଡ଼ରେ ପ୍ରାପ୍ତ ଡିଗ୍ରୀ ଓ ଡିପ୍ଲୋମା ସମକକ୍ଷ ଗ୍ରହଣ କରାଯିବ । ଏହି ନିଷ୍ପତ୍ତି ୟୁଜିସି ନିୟମାବଳୀର ୨୦୨୦ର ନିୟମ ୨୨ ଅନୁସାରେ ନିଆଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.