fbpx

ଡାକ୍ତରମାନଙ୍କୁ ଅନଲାଇନ ଟ୍ରେନିଂ ଦିଆଯାଉଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ନୂଆଦିଲ୍ଲୀ, ୨୮ା୩: କରୋନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । କରୋନା ମୁକାବିଲା ନେଇ ସବୁ ରାଜ୍ୟ ସହ ଆଲୋଚନା ହୋଇଥିବା ସେହି ସମ୍ମିଳନୀରେ କୁହାଯାଇଛି । ତାଲା ବନ୍ଦ ବେଳେ ଜରୁରୀ ସାମଗ୍ରୀ ଯୋଗାଣ ଉପରେ ଜୋର ଦିଆଯାଇଛି ।
ଏହାସହ ଦିନ ମଜୁରିଆଙ୍କ ନେଇ ରାଜ୍ୟ ମାନଙ୍କ ସହ ଆଲୋଚନା ହୋଇଛି । ଦିନ ମଜୁରିଆଙ୍କ ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଛି । ରାଜ୍ୟ ଶ୍ରମିକ ଓ ବାସହରାଙ୍କ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାକ୍ତରମାନଙ୍କୁ ଅନଲାଇନ ଟ୍ରେନିଂ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଲଢ଼େଇ ସମସ୍ତିଙ୍କର ଏବଂ ସମେସ୍ତ ସହଯୋଗ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.