କୋଲକାତା:ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ନିଜ ନିର୍ବାଚନ ମଣ୍ଡଳୀ ବସିରହାଟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି ‘ପଞ୍ଚାୟତ ନିର୍ବାଚନ ସମୟରେ ପ୍ରଚାର ପାଇଁ ଆସିଥିବା ବିପକ୍ଷ ଦଳଙ୍କୁ ଆମେ ଏଥର ଠେଙ୍ଗାରେ ପିଟିବୁ। ବିପକ୍ଷ ପଶ୍ଛିମବଙ୍ଗ ଜନତାଙ୍କ ବିରୁଦ୍ଧରେ ହିଁ ପଦକ୍ଷେପ ନେଉଛନ୍ତି। ସେମାନେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । ଧର୍ମକୁ ନେଇ ସେମାନେ ଖେଳ ଖେଳୁଛନ୍ତି। କିନ୍ତୁ ସେମାନଙ୍କ କୌଣସି ଯୋଜନା କାମ ଦେଉ ନାହିଁ।’
Shocker from TMC MP Nusrat Jahan, threatens to beat up BJP Cong with bamboos. @RittickMondal joins in for more on this. #ITVideo @PoojaShali pic.twitter.com/4eUA1DSY5f
— IndiaToday (@IndiaToday) May 22, 2023
୨୦୨୧ ନିର୍ବାଚନ ପ୍ରଚାର ସମୟରେ ସେମାନେ କହିଥିଲେ ଇସ୍ ବାର୍ ୨୦୦ ପାର୍। କିନ୍ତୁ ସେମାନେ ଫେଲ୍ ମାରିଥିଲେ । ଏଥର ସେମାନେ ଏକ ବୃହତ୍ତ ଚାଲ୍ ଖେଳିବାକୁ ବସିଛନ୍ତି । କେନ୍ଦ୍ରରୁ ଲୋକଙ୍କ ଅର୍ଥକୁ ସେମାନେ ରାଜ୍ୟରେ ପହଞ୍ଚାଇବାକୁ ଦେଇ ନାହାନ୍ତି । ମମତା ବାନାର୍ଜୀ କିପରି ଲୋକଙ୍କ ପାଇଁ କାମ କରିପାରିବେ ନାହିଁ ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଖୋଜି ବାହାର କରିବାରେ ବ୍ୟସ୍ତ । ଲୋକଙ୍କୁ ୧୦୦ ଦିନର କାମ ଯୋଗାଇବା ଲାଗି କେନ୍ଦ୍ରରୁ ଆସୁଥିବା ଫଣ୍ଡକୁ ସେମାନେ ସ୍ଥଗିତ କରି ରଖିଛନ୍ତି । ସେମାନେ ଆମ ରାଜ୍ୟକୁ କିଛି ବି ଦେଇ ନାହାନ୍ତି ।
ତେଣୁ ପଶ୍ଚିମବଙ୍ଗବାସୀ କାହିଁକି ସେମାନଙ୍କୁ ଭୋଟ ଦେବେ । ଏମାନେ ଗୋଟିଏ ବି ଭୋଟ ପାଇବେ ନାହିଁ । ଯିଏ ବି ପଞ୍ଚାୟତ ନିର୍ବାଚନ ସମୟରେ ଏଠାକୁ ଆସିବ ସେ ବିଜେପି ହେଉ କି କଂଗ୍ରେସ ସେମାନଙ୍କୁ ବସିରହାଟ୍ ଲୋକ ଠେଙ୍ଗା ପାହାର ଦେବେ । ତେବେ ନୁସରତଙ୍କ ଏପରି ବୟାନ ଏବେ ବିପକ୍ଷଙ୍କ ମଧ୍ୟରେ ଅଗ୍ନି ସ୍ପୁଲିଙ୍ଗ ପରି ବ୍ୟାପି ଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ବର୍ଷ ମଧ୍ୟଭାଗରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।