fbpx

OPTCLରେ ବାହାରିଲା ୫୩୦ଟି ପଦବୀ, ଲିଙ୍କକୁ ଯାଇ ଶୀଘ୍ର କରନ୍ତୁ ଆବେଦନ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ଜାଣି ପାରିବେ । ବିଭିନ୍ନ ବର୍ଗରେ ମୋଟ ୫୩୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି ।

ପ୍ରାର୍ଥୀମାନେ ଗ୍ରାଜୁଏଟ ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ ଓ ଡିପ୍ଲୋମା (ଟେକ୍ନିସିଆନ) ଇଞ୍ଜିନିୟରିଂ ଆପ୍ରେଣ୍ଟାଇସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ । ସେହିପରି ମାନବ ସମ୍ବଳ, ଫାଇନାନ୍ସ (ଆକାଉଣ୍ଟସ), ଆଇନ, ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଓ ଲାଇବ୍ରେରୀ ସାଇନ୍ସ ଆପ୍ରେଣ୍ଟାଇସ ଭାବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ଇଲେକ୍ଟ୍ରିସିଆନ ଓ ଇଲେକ୍ଟ୍ରୋନିକ୍ସ ମେକାନିକ ପଦରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି ।

(୧) ଗ୍ରାଜୁଏଟ ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ ନୋଟିଫିକେସନ ଲିଙ୍କ: https://repo.optcl.co.in/docs/0f4e6c36c27a8975359d1d89a058b17d_DEG%20DIP%20ENGG%20APP%20ADVT%20Sd.pdf

(୨) ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟାଇସ ନୋଟିଫିକେସନ ଲିଙ୍କ: https://repo.optcl.co.in/docs/99dc189f70aec67c5524c2c60fc7d41e_NON-ENGG%20APP%20ADVT%20Sd.pdf

(୩) ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ଲିଙ୍କ: https://repo.optcl.co.in/docs/b6a56543def2fd84c164a514e74a7c16_ITI%20_RADE_APP_ADVT_Sd.pdf

ଅନଲାଇନ ଆବେଦନ ଲିଙ୍କ: https://careers.optcl.co.in/

ୱେବସାଇଟ୍ ଲିଙ୍କ: https://optcl.co.in/

Get real time updates directly on you device, subscribe now.