fbpx

ଓସ୍କାର ମନୋନୀତ ନିର୍ମାତାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ, ବାଲକୋନୀରୁ ଡେଇଁ ଜୀବନ ହାରିଲେ ପତ୍ନୀ

ନୂଆଦିଲ୍ଲୀ: ନିର୍ମାତା ବ୍ରାଡଲି ଥୋମାସଙ୍କୁ ଚଳିତ ବର୍ଷ ଓସ୍କାର ଲାଗି ମନୋନୀତ କରାଯାଇଥିଲା । ତାଙ୍କ ଫିଲ୍ମ ‘କିଲର ଅଫ୍ ଦି ଫ୍ଲାୱାର ମୁନ୍‌’ ବେଶ୍ ଚର୍ଚ୍ଚାରେ ରହିଆସିଛି । କିନ୍ତୁ ଏହାରି ମଧ୍ୟରେ ବ୍ରାଡଲିଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା ନିଜ ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି । ବ୍ରାଡଲିଙ୍କ ପତ୍ନୀ ଇସାବେଲ ଥୋମାସ ଆତ୍ମହତ୍ୟା କରିଛନ୍ତି । ୩୯ ବର୍ଷୀୟା ଇସାବେଲଙ୍କୁ ଲସ୍ ଏଞ୍ଜେଲସର ଏକ ହୋଟେଲରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ହୋଟେଲର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମେଡିକାଲ ଯାଞ୍ଚରୁ ଜଣାପଡିଛି କି ଇସାବେଲ ଆତ୍ମହତ୍ୟା କରିଛନ୍ତି । ବାଲକୋନୀରୁ ଡେଇଁଥିବାରୁ ତାଙ୍କ ଶରୀରରେ ବହୁତ କ୍ଷତ ମଧ୍ୟ ହୋଇଛି । ତେବେ ଏହି ଘଟଣାରେ ତାଙ୍କର ହାତଲେଖା କୌଣସି ନୋଟ୍ ମିଳିନାହିଁ । ଏଣୁ ତାଙ୍କର ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବ୍ରାଡଲି ଓ ଇସାବେଲଙ୍କ ବିବାହ ୨୦୧୮ରେ ସଂପନ୍ନ ହୋଇଥିଲା । ଉଭୟଙ୍କର ୨ ସନ୍ତାନ ରହିଛନ୍ତି । ପତିପତ୍ନୀ ବହୁ ମୁଭି ପ୍ରିମିୟର୍ସ ଓ ଇଭେଣ୍ଟରେ ଏକ ସଙ୍ଗେ ନଜର ଆସିଛନ୍ତି । ୧୩ ଜାନୁୟାରୀ ୨୦୨୪ରେ ଉଭୟଙ୍କୁ ଶେଷ ଥର ଲାଗି ଏକତ୍ର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.