fbpx
BJD SKY
BJD SKY

SSB ପକ୍ଷରୁ ଜାରି ହେଲା ବିଜ୍ଞପ୍ତି: ଅଧ୍ୟାପକ ପଦର ସାର୍ଟିଫିକେଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ତାରିଖ ଘୋଷଣା

BJD

ଅଧ୍ୟାପକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ନୂଆ ଅପଡେଟ୍ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରାଯାଇଛି । ମୋଟ ୧୦୬୫ଟି ଅଧ୍ୟାପକ ପଦ ନିମନ୍ତେ ଗତ ସେପ୍ଟେମ୍ବର ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ମାସ ୧୩ରେ ସମାପ୍ତ ହୋଇଥିଲା ।

ବୋର୍ଡର ସଦ୍ୟ ନୋଟିସ୍ ମୁତାବକ, ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପ୍ରକ୍ରିୟା ଗୋଟିଏ ଦିନରେ କରାଯିବ । ଆସନ୍ତା ୨୬ ତାରିଖଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । କେଉଁଦିନ କେଉଁ ବିଷୟର ଡକ୍ୟୁମେଣ୍ଟ ଯାଞ୍ଚ ହେବ ତା’ର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ତେଣୁ ପ୍ରାର୍ଥୀମାନେ ରାଜ୍ୟ ଚୟନ ବୋର୍ଡ, ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ଠାରେ ଉପସ୍ଥିତ ରହିବ । ପ୍ରଥମ ସିଟିଂ ସକାଳ ୮.୩୦ରେ ଓ ଦ୍ୱିତୀୟ ସିଟିଂ ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବ । ଧାର୍ଯ୍ୟ ସମୟରେ ଉପଯୁକ୍ତ ସ୍ଥାନରେ ନ ପହଞ୍ଚିଲେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଅନୁମତି ମିଳିବ ନାହିଁ ।

ଡିସେମ୍ବର ୨୦ରୁ ଜାନୁଅରୀ ୨୦ ପର୍ଯ୍ୟନ୍ତ ଏସଏସବି ପୋର୍ଟାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ । ପ୍ରାର୍ଥୀମାନେ ଇ-ମେଲ ଆଇଡି ଓ ପାସୱାର୍ଡ କିମ୍ବା ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ସମସ୍ତ ଅସଲି ସାର୍ଟିଫିକେଟ ନେଇ ଆସିବାକୁ କୁହାଯାଇଛି । ଗତ ୩ ତାରିଖରେ ଅଧ୍ୟାପକ ପଦ ନିମନ୍ତେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା । ଗତ ମାସ ୨୪ ତାରିଖ ପରେ ଏସଏସବିର ଅଫିସିଆଲ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ଏହି ପଦରେ ଆବେଦନ କରିବା ନିମନ୍ତେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରଦତ୍ତ ସମ୍ବନ୍ଧିତ ବିଷୟରେ ମାଷ୍ଟର ଡିଗ୍ରୀ ରହିଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୪୨ ବର୍ଷ ରହିଥିଲା । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ବୋଲି କୁହାଯାଇଥିଲା । ଅଣସଂରକ୍ଷିତ / ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଥିଲା ।

ଅଫିସିଆଲ ନୋଟିସ ଲିଙ୍କ: https://ssbodisha.ac.in/wp-content/uploads/2023/12/1384.pdf

Get real time updates directly on you device, subscribe now.