fbpx
BSKY
BJD SHG SKY
BJD YOUTH SKY

ମାର୍ଚ୍ଚ ମାସ ପାଇଁ ସମ୍ଭାବ୍ୟ ପରୀକ୍ଷା ଲିଷ୍ଟ ଜାରି କଲା OSSC: ଚଳିତ ମାସରେ କେଉଁ କେଉଁ ପରୀକ୍ଷା ହେବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଆଗକୁ କିଛି ପଦର ପ୍ରିଲିମିନାରୀ ପରୀକ୍ଷା ହେବାକୁ ଥିବା ବେଳେ ଆଉ କିଛି ପଦର ମୁଖ୍ୟ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ତେବେ ଏହା ମଧ୍ୟରେ ଓଏସଏସି ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଚଳିତ ମାସ ପାଇଁ ଓଏସଏସସି ପକ୍ଷରୁ ସମ୍ଭାବ୍ୟ ପରୀକ୍ଷା ଲିଷ୍ଟ ଜାରି କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇପାରେ । ତେଣୁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ଓଏସଏସସି ବୋଲି କୁହାଯାଇଛି ।

ମାର୍ଚ୍ଚ ମାସ ୧୧ ଓ ୧୨ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ୧୬ ଓ ୧୭ ତାରିଖରେ ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ସ୍ପେଶାଲିଷ୍ଟ ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ହେବ । ୧୪ ତାରିଖରେ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ସ୍ପେଶାଲିଷ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯିବ । ଚଳିତ ମାସରେ ହେବାକୁ ଥିବା ଅନ୍ୟ ପରୀକ୍ଷା ବାବଦରେ ଆଗକୁ ଘୋଷଣା କରାଯିବ ।

Get real time updates directly on you device, subscribe now.