fbpx
BSKY
BJD SHG SKY
BJD YOUTH SKY

OSSSC ନିଯୁକ୍ତି: ୨୭୫୪ଟି ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ରାଜ୍ୟ ସରକାରଙ୍କ ତରଫରୁ ଆସିଛି ନିଯୁକ୍ତି ସୁଯୋଗ । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଓଏସଏସଏସସି ପକ୍ଷରୁ ୨୭୫୪ଟି ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ମହିଳା ଷ୍ଟାଫ ନର୍ସ ଭାବେ ନିଯୁକ୍ତି ଦିଆଯିବ ।

ଏଥିପାଇଁ ମେ ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ହୋଇ ମେ ମାସ ୩୦ ତାରିଖରେ ସମାପ୍ତ ହେବ । ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳିବ । ଷ୍ଟାଫ୍ ନର୍ସ ପଦ ପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ । ପ୍ରାର୍ଥୀମାନେ ଓଡ଼ିଆ ଭାଷା ଜାଣିଥିବା ନିହାତି ଜରୁରୀ । ପ୍ରାର୍ଥୀ ଦ୍ୱାଦଶ ପାସ୍ ସହିତ ଏମପିଏଚଡବ୍ଲ୍ୟୁରେ ଡିପ୍ଲୋମା କରିଥିବେ ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ହୋଇଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ସେହିପରି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର କୋହଳ କରାଯିବ । ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 01.05.2023

ନୋଟିଫିକେସନ ଲିଙ୍କ:: https://www.osssc.gov.in/Docs/MPHW-F-Full_advt-585.PDF

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.