OTET ପ୍ରଶ୍ନପତ୍ର ଲିକରେ ନୂଆମୋଡ଼, ଶିକ୍ଷକଙ୍କ ପରେ ଆଉ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚI ସୂଚନାନୁସାରେ ବୋର୍ଡ ଅଫିସରେ ଜଣେ କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚI

ଗତକାଲି ଏହି ମାମଲାରେ ରାୟଗଡା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇଥିଲା କ୍ରାଇମବ୍ରାଞ୍ଚI ତେବେ ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।

ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିଲା। ଏବେ ପୁଣି ଆଉ ଜଣେ ବୋର୍ଡ ଅଫିସର କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରାଯାଉଛିI