fbpx

ଘର ସାମ୍ନାରୁ ଚୋରି ହୋଇଗଲା ଦେଢ଼ କୋଟିର କାର୍, ସ୍କୁଟରରେ ପିଛା କଲେ ମାଲିକ ଆଉ ତା’ପରେ…

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଯଦି ଆପଣ ଘରେ ବସିଛନ୍ତି ଆଉ ଏହି ସମୟରେ ଆପଣ ଶୁଣିବେ ଯେ ଆପଣଙ୍କ କାର ଷ୍ଟାର୍ଟ ହେଉଛି । ପ୍ରଥମେ ଆପଣ ନିଶ୍ଚୟ ଟିକେ ଭାବିବେ, ଏହାପରେ ନିଜକୁ ସାନ୍ତ୍ୱନା ଦେବା ପାଇଁ ନିଶ୍ଚିତ ନିଜ ଗାଡ଼ିକୁ ଦେଖିବା ପାଇଁ ଯିବେ । ତେବେ ଆମେରିକାର ଫ୍ଲୋରିଡାରେ ଠିକ୍ ଏହିଭଳି ଏକ ଘଟଣା ଘଟିଛି ଯେଉଁଠାରେ ଜଣେ ଚୋର ଘର ସାମ୍ନାରୁହିଁ ୧.୫ କୋଟି ଟଙ୍କାର ଗାଡ଼ି ଚୋରି କରିଥିଲା । କାର ମାଲିକ କ୍ରିଶ ସେଣ୍ଡର ତାଙ୍କର ଲାମ୍ବ୍ରେଗିନୀ (ମୂଲ୍ୟବାନ କାର୍) ଷ୍ଟାର୍ଟ ହେବା ଶୁଣି ସଙ୍ଗେ ସଙ୍ଗେ ବାହାରକୁ ଆସିଥିଲେ କିନ୍ତୁ ସେତେବେଳକୁ ଡେରି ହୋଇସାରିଥିଲା ।

ତେବେ ନିଜ କାରକୁ ଚୋରି ହେଉଥିବା ଦେଖି କ୍ରିଶ କିଛି ନଭାବି ସଙ୍ଗେ ସଙ୍ଗେ ଚୋର ପଛରେ ଦୌଡ଼ିଥିଲେ । ଏହି ସମୟରେ ତାଙ୍କୁ ଏକ ସ୍କୁଟର ମିଳିଥିଲା ଓ ସଙ୍ଗେ ସଙ୍ଗେ ସେଥିରେ ଚଢ଼ି କାରର ପିଛା କରିବାକୁ ଲାଗିଲେ । ତେବେ ପିଛା କରୁଥିବା ଜାଣି ଚୋର ଗାଡ଼ି ଥୋଇ ଖସିଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ କ୍ରିଶ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ ଏବଂ ନିଜର ଚେଷ୍ଟା ବଳରେ ନିଜ କାର୍ ମଧ୍ୟ ଫେରି ପାଇଥିଲେ । ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ଘଟଣା ସମ୍ପ୍ରତି ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.