fbpx

ବିଷାକ୍ତ କେମିକାଲ କବଳରେ ୫୦୦ କୋଟି ଲୋକ: ପ୍ୟାକେଡ୍ ଫୁଡ୍, ଚିପସ, କୁକିଜ, କେକ୍ କାରଣରୁ ଦୁର୍ବଳ ହେଉଛି ହାର୍ଟ, ଚେତାବନୀ ଜାରିକଲା WHO

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱର ଅଧିକାଂଶ ଲୋକ ବିଭିନ୍ନ ସମସ୍ୟାରେ ଛଟପଟ ହେଉଛନ୍ତି । ବିଶେଷ କରି ଖରାପ ଖାଦ୍ୟ କାରଣରୁ କୋଟି କୋଟି ଲୋକ ବିଭିନ୍ନ ରୋଗରେ ଜର୍ଜରିତ ହେବା ସହ ମରଣ ସହ ସଂଘର୍ଷ କରୁଛନ୍ତି । ତେବେ ଟ୍ରାନ୍ସ ଫ୍ୟାଟ ସେବନ କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ୫୦୦ କୋଟି ଲୋକ ହୃଦରୋଗର ସାମ୍ନା କରୁଛନ୍ତି । ତେଣୁ ଏପରି ବିଷାକ୍ତ ଖାଦ୍ୟ ସେବନରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବିଭିନ୍ନ ରାଷ୍ଟ୍ରକୁ ଅପିଲ କରାଯାଇଛି ।

କାରଖାନାମାନଙ୍କରେ ପ୍ରସ୍ତୁତ ହେଉଥିବା ଫ୍ୟାଟି ଏସିଡଯୁକ୍ତ ଖାଦ୍ୟକୁ ୨୦୨୩ ସୁଦ୍ଧା ସମାପ୍ତ କରିବା ପାଇଁ ଗତ ୨୦୧୮ରେ ହୁ ପକ୍ଷରୁ ଅପିଲ ଜାରି କରାଯାଇଥିଲା । ଏହି କାରଣରୁ ନିକଟରେ କିଛି ବର୍ଷ ମଧ୍ୟରେ ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ସଂସ୍ଥା ମୁତାବକ, ବର୍ତ୍ତମାନ ୨୮୦ କୋଟି ଜନସଂଖ୍ୟା ଥିବା ୪୩ଟି ଦେଶ ଏହାକୁ ସମାପ୍ତ କରିବା ପାଇଁ ଅନେକ ନୀତି ଆପଣାଇଛନ୍ତି । ମାତ୍ର ଏବେ ବି ସାରା ବିଶ୍ୱରେ ୫ ଶହ କୋଟିରୁ ଅଧିକ ଲୋକ ଏହି ଭୟଙ୍କର ବିଷ ସେବନ କରୁଛନ୍ତି ।

ଟ୍ରାନ୍ସ ଫ୍ୟାଟ ହେଉଛି ଏକପ୍ରକାରର ଅଣସାଚ୍ୟୁରେଟେଡ ଫ୍ୟାଟି ଏସିଡ୍ । ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ । ମାତ୍ର ଯେତେବେଳେ ଏହାକୁ ଉଦ୍ୟୋଗଗୁଡ଼ିକରେ ଖାଦ୍ୟ ଭାବେ ଉପଯୋଗ କରାଯାଏ, ତାହା ଧୀମା ଜହର ପାଲଟି ଯାଇଥାଏ । ବନସ୍ପତି ତେଲରେ ଭୟଙ୍କର ଟ୍ରାନ୍ସ ଫ୍ୟାଟ ହୋଇଥାଏ । ଏହି ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଉଥିବା ତେଲ ହୃଦୟର ଧମନୀଗୁଡ଼ିକୁ ବନ୍ଦ କରିଦେଇଥାଏ । ପ୍ୟାକେଡ ବାଲା ଫୁଡ୍ ଯେପରିକି ଚିପ୍ସ, ବେକଡ ଫୁଡ୍, କୁକିଜ, କେକ, ଖାଦ୍ୟ ରନ୍ଧା ତେଲ ପରି ଅଧିକାଂଶ ଖାଦ୍ୟ ପଦାର୍ଥରେ ଏହାକୁ ବ୍ୟବହାର କରାଯାଇଥାଏ । ଟ୍ରାନ୍ସ ଫ୍ୟାଟ ଏକ ବିଷାକ୍ତ କେମିକାଲ, ଯାହାକୁ ମଣିଷକୁ ମାରିଥାଏ । ଖାଦ୍ୟରେ ଏହାର କୌଣସି ସ୍ଥାନ ରହିବା ଅନୁଚିତ ବୋଲି ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ଏକ ରିପୋର୍ଟ ଜାରି କରିଛନ୍ତି ।

Get real time updates directly on you device, subscribe now.