fbpx

୮ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ପଢ଼ନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏଥିରେ ୭ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏଥିରେ ଓଡ଼ିଶାର ୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କ୍ରମରେ ରହିଛନ୍ତି ସାହିତ୍ୟ ଓ ଶିକ୍ଷା ବିଭାଗର ଡ. ଦମୟନ୍ତି ବେଶ୍ରା, କଳା ବିଭାଗରୁ ଶ୍ରୀ ଉତ୍ସବ ଚରଣ ଦାସ, ଶ୍ରୀ ମନମୋହନ ମହାପାତ୍ର ଓ ମିତ୍ରଭାନୁ ଗୌଣ୍ଟିଆ । ସେହିପରି ସାହିତ୍ୟ ଓ ଶିକ୍ଷା ବିଭାଗରେ ବୀଣାପାଣି ମହାନ୍ତି, କୃଷି ବିଭାଗରୁ ଶ୍ରୀ ରାଧା ମୋହନ ଓ ଶ୍ରୀମତି ସାବରମତି ଏବଂ ପଶୁପାଳନ କ୍ଷେତ୍ରରୁ ରହିଛନ୍ତି ଶ୍ରୀ ବଟକୃଷ୍ଣ ସାହୁ ।

Get real time updates directly on you device, subscribe now.