fbpx

ଟିମ ଇଣ୍ଡିଆର ବୋଲିଂ ଆଗରେ ପାକିସ୍ତାନ ଫେଲ: ୬ ୱିକେଟରେ ମାତ୍ ଦେଲା ରୋହିତ ସେନା

Advertisement

ନ୍ୟୁୟର୍କ: ବର୍ଷା ପରେ ବି ଭାରତ-ପାକିସ୍ତାନ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଇଛନ୍ତି ଦର୍ଶକ । ବିଶ୍ୱକପରେ ଭାରତ-ପାକିସ୍ତାନ ଭଳି ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ବର୍ଷା ବାଧା ଦେଇଥିବା ବେଳେ ଶେଷ ବଲରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ହାର୍ଦ୍ଦିକ ଏବଂ ବୁମରାହଙ୍କ ଘାତକ ବୋଲିଂରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଚକମା ଦେଇଛି ଟିମ ଇଣ୍ଡିଆ । ଶେଷ ବଲରେ ପାକିସ୍ତାନକୁ ୬ ରନରେ ପରାସ୍ତ କରିବା ସହ ପଏଣ୍ଟ ଟେବଉଲର ଶୀର୍ଷ ସ୍ଥାନ ଅଧିକାର କରିଛି ରୋହିତ ସେନା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୨୦ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ପାକିସ୍ତାନ ଏହାକୁ ହାସଲ କରିବାରେ ବିଫଳ ହୋଇଛି । ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନ ପାକିସ୍ତାନ ପାଇଁ ଭଲ ଆରମ୍ଭ କରିଥିଲେ । କିନ୍ତୁ ଏହାପରେ ପାକିସତାନ ବଡ଼ ପାର୍ଟନରସିପ କରିବାରେ ଫେଲ ମାରିଛି । ଟିମ ଇଣ୍ଡିଆର ବୋଲିଂ ୟୁନିଟ ପାକିସ୍ତାନକୁ ଶେଷ ବଲରେ ମାତ୍ ଦେଇ ପଏଣ୍ଟ ଟେବୁଲରେ ମଧ୍ୟ ସଫଳତା ପାଇଛି । ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ପାକିସ୍ତାନ ପାଇଁ କାଳ ସାଜିଛି । ଫଳରେ ବିଶ୍ୱକପରେ ଲଗାତାର ଦ୍ୱିତୀୟ ପରାଜୟର ସାମନା କରିଛି ବାବର ସେନା ।

ଦଳ ୨୦ ଓଭରରେ ୭ୱିକେଟ ହରାଇ ମାତ୍ର ୧୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜ୍ୱାନ ୩୧, ଅଧିନାୟକ ବାବର ଆଜମ୍ ୧୩, ଉସମାନ ଖାନ୍ ୧୩, ଫକର ଜମାନ ୧୩, ଇମାଦ୍ ୱାସିମ୍ ୧୫, ସନ୍ଦବ ଖାନ୍ ୪, ଇଫତିକାରର ଅହମ୍ମଦ ୫ ଓ ନସିମ୍ ଖାନ୍ ୧୦ ରନ୍ କରିଥିଲେ । ଭାରତ ପକ୍ଷରୁ ଜଶପ୍ରୀତ ବୁମରାହ ୩ଟି ବହୁମୂଲ୍ୟ ୱିକେଟ ପାଇଥିବା ବେଳେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନିଜ ନାମରେ କରିଭାରତ ବିଜୟର ସାରଥୀ ପାଲଟିଛନ୍ତି । ଏହାବ୍ୟତୀତ ଷ୍ଟାର ବୋଲର ଅର୍ଶଦୀପ୍ ସିଂ ଗୋଟିଏ ୱିକେଟ, ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ପାଇଥିଲେ ।

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୯ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ୧୨୦ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ ଯୋଗୁଁ ଭାରତ ବଡ ସ୍କୋର କରିପାରିନଥିଲା । ରୋହିତ ଶର୍ମା ଗୋଟିଏ ମାତ୍ର ଗୋଟିଏ ଚୌକା ଓ ଛକା ବଳରେ ୧୩ରନ୍ କରିଥିଲେ । ସେ ୧୨ଟି ବଲର ସାମ୍ନା କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩୧ଟି ବଲ୍ ଖେଳି ୬ଟି ଚୌକା ବଳରେ ୪୨ ରନ୍ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବ୍ୟାଟରୁ ୨୦ ରନ୍ ସଂଗ୍ରହ ହୋଇଥିଲେ । ସେ ୧୮ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।

Get real time updates directly on you device, subscribe now.