ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର । ୧୪ ବର୍ଷର ହିନ୍ଦୁ ବାଳିକାକୁ ଅପହରଣ କରି ୪୦ ବର୍ଷର ମୁସଲମାନ ସହ ବାହାଘର

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କିଛି ନୂଆ ନୁହେଁ । ଅନେକ ସମୟରେ ଭିନ୍ନ ଭିନ୍ନ ଖବର ଚର୍ଚ୍ଚା ର ବିଷୟ ପାଲଟେ । ଏବେ ଅତ୍ୟାଚାରର ଆଉ ଏକ କାହାଣୀ ଲୋକଲୋଚନ କୁ ଆସିଛି ।

ଗତ କିଛିଦିନ ତଳେ ପାକିସ୍ତାନର ସିନ୍ଧ ଅଂଚଳର ଦୁଇ ଭଉଣୀଙ୍କୁ ଅପହରଣ କରିନିଆଯାଇଥିଲା । ସେମାନଙ୍କ ପରିଜନ ଥାନାରେ ରିପୋର୍ଟ କରିଥିଲେ ମଧ୍ୟ ଏତଲା ରଖାଯାଇନଥିଲା । ପରେ କିନ୍ତୁ ଦୁଇଭଉଣୀଙ୍କ ମଧ୍ୟରୁ ବଡଭଉଣୀ ୧୪ ବର୍ଷୀୟ ସୁଥିରୁ କୋର୍ଟରେ ହାଜର କରାଯାଇଥିଲା ।ଯେଉଁଠି ଦର୍ଶାଯାଇଥିଲା ସୁଥି ନିଜ ଇଚ୍ଛା ମୁତାବକ ଇସଲାମ ଧର୍ମ ଗ୍ରହଣ କରି ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ନିକାହ କରିଛି ।

ସେପଟେ ସୁଥିର ଭଉଣୀ ସମାର ଏବେ ବି ପତ୍ତା ମିଳୁନାହିଁ ।ଏପରିକି ସୁଥି ବାହାଘର ନେଇ କୈାଣସି ଅଭିଯୋଗ ନକଲେ ହିଁ ସମାକୁ ଛାଡିଦିଆଯିବ ବୋଲି ପରିବାରବର୍ଗଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.