fbpx
BJD SKY
BJD SKY

କଣ ବ୍ଲାକଲିଷ୍ଟ ହେବ ପାକିସ୍ତାନ ନା ଗ୍ରେ ଲିଷ୍ଟରେ ରହିବ, ଆଜି ନିଷ୍ପତ୍ତି ନେବ ଏଫଏଟିଏଫ

BJD

ଇସଲାମାବାଦ: ଫାଇନାନସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ) ଶୁକ୍ରବାର ପାକିସ୍ତାନର ଭବିଷ୍ୟତ ଘୋଷଣା କରିବ । ଏଥିରୁ ସ୍ପଷ୍ଟ ହୋଇଯିବ ଯେ, ପାକିସ୍ତାନ ଏଫଏଟିଏଫର ଧୂସର ତାଲିକା ବା ଗ୍ରେ ଲିଷ୍ଟରେ ରହିବ ନା କଳାତାଲିକାଭୂକ୍ତ(ବ୍ଲାକ ଲିଷ୍ଟ) ହେବ । ବୈଠକରେ ସାମିଲ୍ ପାଞ୍ଚ ଦେଶ ମଧ୍ୟରୁ ଚାରି ଦେଶ ପାକିସ୍ତାନର ଆତଙ୍କବାଦ ବିରୋଧରେ ନେଇଥିବା ପଦକ୍ଷେପରେ ଅସନ୍ତୁଷ୍ଟ ଅଛନ୍ତି ।

ବୈଠକରେ ସାମିଲ୍ ଚୀନ ନିଜର ଚିର ସହଚର ବନ୍ଧୁ ପାକିସ୍ତାନକୁ ବଞ୍ଚାଇବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଅନ୍ୟପଟେ ପାକିସ୍ତାନ ପ୍ରଳାପ କରୁଛି ଯେ, ଭାରତ ନିଜର ରାଜନୈତିକ ହିତ ସାଧନ ପାଇଁ ଏହି ମଞ୍ଚର ବ୍ୟବହାର କରୁଛି । ଏଫଏଟିଏଫ ବୈଠକର ସୂତ୍ର ଅନୁଯାୟୀ, ପାକିସ୍ତାନକୁ ପୁଣି ଥରେ ଛଅ ମାସ ପାଇଁ ଧୂସର ତାଲିକା ବା ଗ୍ରେ ଲିଷ୍ଟରେ ରଖାଯାଇପାରେ । ଏହି ବୈଶ୍ଵିକ ସଂସ୍ଥା ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ସେଥିରେ ପାକିସ୍ତାନ ୨୭ଟି ବିନ୍ଦୁରୁ ୨୬ଟି ପୂରା କରିଛି ।

ଏଫଏଟିଏଫ ସମୂହରେ ଚୀନ, ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଭାରତ ସାମିଲ । ସୂତ୍ର ଅନୁଯାୟୀ, ପାକିସ୍ତାନ ଏଫଏଟିଏଫର ୨୭ ସୂତ୍ରୀ ଆକ୍ସନ ପ୍ଲାନ ମଧ୍ୟରୁ ୨୬ ଲାଗୁ କରିଛି । ପାକିସ୍ତାନ ଆଶା ରଖିଛି ଯେ, ଏହି ବୈଠକରେ କୌଣସି ଆଶ୍ଵସ୍ତିକର ଖବର ତାକୁ ମିଳିପାରେ । ଅପରପକ୍ଷେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଅଭିଯୋଗ କରିଛନ୍ତି ଯେ, ଭାରତ ଏଫଏଟିଏଫର ଉପଯୋଗ ନିଜର ରାଜନୈତିକ ହିତ ସାଧନ ପାଇଁ କରୁଛି । ଏହା ଏକ ବୈଷେୟିକ ମଞ୍ଚ ଏବଂ ଏହାର ଉପଯୋଗ ରାଜନୈତିକ ହିତ ସାଧନ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଯଦି ପାକିସ୍ତାନ ପୁଣି ଥରେ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହେ ତେବେ ଏହାର ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି । ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ), ବିଶ୍ଵ ବ୍ୟାଙ୍କ ଓ ୟରୋପୀୟ ସଂଘରୁ ଆର୍ଥିକ ସାହାୟତା ମିଳିବା ମୁସ୍କିଲ ହୋଇଯିବ । ପୂର୍ବରୁ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଶୋଚନୀୟ ହୋଇଯିବ । ଅନ୍ୟ ଦେଶରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବା ବନ୍ଦ ହୋଇଯିବ ।

Get real time updates directly on you device, subscribe now.