ଭାରତ ଠାରୁ ପରାଜିତ ହେଲା ପାକିସ୍ତାନ, ଏବେ କ’ଣ ନିଜ ନାଁ ବଦଳାଇଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଭାରତକୁ ହରାଇ ନପାରିଲେ ନାଁ ବଦଳାଇଦେବି। ଏବେ ତ ପାକିସ୍ତାନ ଭାରତ ଠାରୁ ପରାସ୍ତ ହୋଇ ସାରିଛି। ଆଉ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡିସାରିଛି। ତାହାଲେ କ'ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ନାଁ ପରିବର୍ତ୍ତନ କରିଦେବେ।
ନୂଆଦିଲ୍ଲୀ: ଗତକାଲି ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ସଫଳତା। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଚାମ୍ପିୟନ୍ସ ଟ୍ରଫିର ପଞ୍ଚମ ମ୍ୟାଚ। ଯେଉଁଥିରେ ରନ୍ ମେସିନ୍ ବିରାଟ କୋହଲି ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିବା ସହ ବିଜୟୀ ଚୌକା ମାରି ଦଳକୁ ବିଜୟୀ କରିଥିଲେ।
ଆଉ ଭାରତ ଏହି ମ୍ୟାଚ୍ ଜିତିବା ପରେ ଅନେକ ଖବର ସାମ୍ନାକୁ ଆସିଥିଲା। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ଯାହାକି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନେଇ ଥିଲା। କାରଣ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ ଚକିତ କଲାଭଳି ବୟାନ ଦେଇଥିଲେ। କି ଯଦି ଏହି ମ୍ୟାଚରେ ପାକିସ୍ତାନ ଭାରତକୁ ନହରାଏ ତାହାଲେ ମୁଁ ମୋ ନାଁ ପରିବର୍ତ୍ତନ କରିଦେବି।
ନାଁ ପରିବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ: ହେଲେ ଏବେ କ’ଣ ଏହା ସତ ହେବ? ସତରେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ନାଁ ପରିବର୍ତ୍ତନ କରିଦେବେ? କାରଣ ସେ ନିଜ ଦଳକୁ ନେଇ ଯେଉଁ ଦମ୍ଭୋକ୍ତି ଦେଖାଇଥିଲେ। କି ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ତାଙ୍କ ଦଳ ଜିତିବ।
ଆଉ ଚାମ୍ପିୟନ୍ସ ଟ୍ରଫିର ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ପରାଜିତ କରିବ। ହେଲେ ସେମିତି କିଛି ହେଲାନାହିଁ। ବରଂ ଭାରତୀୟ ଟିମ୍ ଦମଦାର ପ୍ରଦର୍ଶନ କରିଥିଲେ। ଆଉ ପାକିସ୍ତାନ ଟିମକୁ ମାଟି ଚଟାଇଦେଇଥିଲେ। ଯାହାପରେ ଚର୍ଚ୍ଚା ହେଉଛି କି ଏବେ ପାକିସ୍ତାନ ତ ମ୍ୟାଚରେ ଭାରତଠୁ ହାରିଲା। ଏବେ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ କଥା ରଖିବେ। ସେ କ’ଣ ତାଙ୍କ ନାଁ ପରିବର୍ତ୍ତନ କରିଦେବେ?
ମାଟି ଚାଟିଲା ପାକିସ୍ତାନ: ଚାମ୍ପିୟନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଭାରତ ୬ ୱିକେଟ୍ରେ ଜିତି ନେଇଛି । ଟାର୍ଗେଟର ପିଛା କରି ଟିମ୍ ଇଣ୍ଡିଆ ୪୫ ବଲ୍ ବାକି ଥାଇ ବିଜୟ ହାସଲ କରି ନେଇଛି।
ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। କୋହଲି ବିଜୟୀ ଚୌକା ମାରିବା ସହିତ ଶତକ ମଧ୍ୟ ପୂରଣ କରିଛନ୍ତି।