fbpx
BSKY SKY
BSKY SKY

(Video) ଖେଳ ପୂର୍ବରୁ ବିରାଟଙ୍କୁ ପ୍ରଶଂସା କରି ପଡ଼ିଆକୁ ଓହ୍ଲାଇଲେ ପାକିସ୍ତାନ ଖେଳାଳି

BSKY

ଓଡ଼ିଶା ଭାସ୍କର: ପାକିସ୍ତାନି ଖେଳାଳିଙ୍କ ମୁହଁରେ ବିରାଟ ନାମ । ଖେଳ ପୂର୍ବରୁ ବିରାଟଙ୍କୁ ପ୍ରଶଂସା କରି ପଡ଼ିଆକୁ ଓହ୍ଲାଇଲେ । ଭଗବାନଙ୍କୁ ଡାକିଲା ଭଳି ବିରାଟଙ୍କ ନାମ ନେଇ ବ୍ୟାଟ ଧରିଲେ । ରିଜ୍ୱାନ କହିଲେ ବିରାଟଙ୍କ ଭଳି ଖେଳାଳି ବିଶ୍ୱରେ କେହି ନାହାଁନ୍ତି । ଟପ ୫ ପାଇଁ ପଡ଼ିଆକୁ ଓହ୍ଲାଇଛି ପାକିସ୍ତାନ । ପୁରା କର ବା ମର ପରିସ୍ଥିତିରେ ରହିଛି ଦଳ । ଦକ୍ଷିଣ ଆଫ୍ରିକା ସହ ଟପ୍ ୫ରେ ରହିବା ପାଇଁ କରୁଛି ଲଢ଼େଇ । ଯଦି ପାକିସ୍ତାନ ମ୍ୟାଚ୍ ହାରିଯାଏ ତେବେ ପାକିସ୍ତାନକୁ ବିଶ୍ୱକପ୍‌ର ସ୍ୱପ୍ନକୁ ଭୁଲିବାକୁ ପଡ଼ିବ ।

ରିଜ୍ୱାନ ହେଉଛନ୍ତି ପାକିସ୍ତାନର ଗୋଟିଏ ଭଲ ମିଡିଲ ଅର୍ଡର ବ୍ୟାଟର । ଯାହାଙ୍କ ଉପରେ ପାକିସ୍ତାନ କ୍ରିକେଟ ପ୍ରେମି ମାନଙ୍କର ଭରସା ରହିଥାଏ । ରିଜ୍ୱାନଙ୍କ ଭଲ ଷ୍ଟ୍ରାଇରେଟ ମଧ୍ୟ ରହିଥାଏ । ହେଲେ ରିଜ୍ୱାନଙ୍କ ପସନ୍ଦ ହେଉଛନ୍ତି ବିରାଟ କୋହଲି ବୋଲି ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ରଜ୍ୱାନ ଯେତେବେଳେ ପଡ଼ିଆ ଉପରକୁ ଓହ୍ଲାଇବାକୁ ଯାଉଥିଲେ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ବିରାଟଙ୍କ ଭଳି ଫିନିସର ପୁରା ବିଶ୍ୱରେ କେହି ନାହାଁନ୍ତି । ସେ ଯେତେବେଳେ ପ୍ରେସରରେ ଖେଳନ୍ତି ତାଙ୍କର ଟେମ୍ପର କିଛି ଅଲଗା ଥାଏ ।

ଷ୍ଟ୍ରାଇକରେଟ ପୁରା ବଢ଼ିଯାଏ । ପ୍ରେସରରେ ବିରାଟ ପୁରା ଭଲ ଖେଳନ୍ତି । ଏମିତି କହି ବିରାଟଙ୍କ ପ୍ରଶସା କରିଛନ୍ତି । ଆମେ ଅନେକ ଥର ଦେଖିଛେ ଖେଳ ପରେ ବିରାଟ ଙ୍କା ପାଖକୁ ଆସି କଥା ହୋଇଥାନ୍ତି ରିଜ୍ୱାନ୍ । ବିରାଟଙ୍କୁ ଆଲିଙ୍ଗନ ମଧ୍ୟ କରନ୍ତି । ରିଜ୍ୱାନ ବହୁତ ଭଲ ପାଆନ୍ତି ବିରାଟଙ୍କୁ । ଅନେକ ସମୟରେ ବିରାଟଙ୍କ ଠାରୁ ଶିଖିବାକୁ ମଧ୍ୟ ପସନ୍ଦ କରନ୍ତି । ରିଜ୍ୱାନଙ୍କ ଆଇଡଲ ହେଉଛନ୍ତି ବିରାଟ କୋହଲି । ସେପଟେ ଯଦି ଦେଖତିବା ପାକିସ୍ତାନ ପାଇଁ ଷଷ୍ଠ ମ୍ୟାଚ ଜିତିବା ବହୁତ ଗୁରୁତ୍ୱପୂର୍ଣ୍ଣ ।

ଏହି ମ୍ୟାଚ୍‌କୁ ଜିତିଲେ ପଞ୍ଚମ ସ୍ଥାନରେ ରହିପାରେ ପାକିସ୍ତାନ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଆମେ ଖବର ଲେଖିବା ସମୟରେ ପାକିସ୍ତାନର ୨୯ ଓଭର ୧୪୪ ରନ୍‌ରେ ଯାଇଥିଲା ୫ଟି ୱିକେଟ । ପୁରା ଖରାପ ଖେଳୁଥିଲା ପାକିସ୍ତାନ । କେବଳ ବାବର ଆଜମ ସର୍ବାଧିକ ୬୫ ବଲରେ ୫୦ ରନ୍ କରି ଆଉଟ ହୋଇଯାଇଥିଲେ । ମହମ୍ମଦ ରିଜ୍ୱାନ ବି ତାଙ୍କର ୱିକେଟ ହରାଇଥିଲେ । ୨୭ ବଲରେ ମାତ୍ର କରିଥିଲେ ୨୧ ରନ୍ ।

Get real time updates directly on you device, subscribe now.