fbpx

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଜାଣନ୍ତୁ ଏହାକୁ ନେଇ କଣ କହିଲା ଭାରତ….

Advertisement

ଓଡିଶା ଭାସ୍କର; ଯେତେ ସମାଲୋଚନାର ଶିକାର ହେଉଥିଲେ ବି ପଡୋଶୀ ପାକିସ୍ତାନ ମନରୁ କଶ୍ମୀରର ଲୋଭ ଆଦୌ ଯାଉ ନାହିଁ । ସବୁବେଳେ କଶ୍ମୀରକୁ ନିଜର କରିବାକୁ ପାକିସ୍ତାନ ଦିବା ସ୍ୱପ୍ନ ଦେଖୁଛି । ଯାହାକୁ ନେଇ ବାରମ୍ବାର ଜାତିସଂଘର ବିଭିନ୍ନ ଫୋରମରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଉଛି । ହେଲେ ଏହି ପ୍ରସଙ୍ଗ ଉପରେ କେହି ଧ୍ୟାନ ଦେଉ ନଥିବା ବେଳେ ଭାରତ ଠାରୁ ବାରମ୍ବାର ପାକିସ୍ତାନ ସମାଲୋଚନାର ଶିକାର ହେଉଛି । ତେବେ ପୁଣି ଥରେ ପଡୋଶୀ ଦେଶ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭାରତ ପାକିସ୍ତାନକୁ କଡା ସମାଲୋଚନା କରିଛି ।

ସୂଚନା ଥାଉକି, ଇସ୍ରାଏଲ-ହମାସ ବିବାଦ ଏବଂ ପଶ୍ଚିମ ଏସିଆରେ ଉପୁଜିଥିବା ପରିସ୍ଥିତି ନେଇ ଗତ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଆଲୋଚନା ଚାଲିଥିଲା। ଏହି ସମୟରେ ପାକିସ୍ତାନର ପ୍ରତିନିଧୀ ମୁନିର ଅକରମ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ତେବେ ପାକିସ୍ତାନ ଉଠାଇଥିବା ଏହି ପ୍ରସଙ୍ଗକୁ ନେଇ ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ପକ୍ଷରୁ ଏହି ପ୍ରସଙ୍ଗରେ ଥିବା ପ୍ରଶ୍ନଗୁଡ଼ିକ ଉପରେ କୌଣସି ପ୍ରତିକ୍ରିୟା ପାଇବାକୁ ଯୋଗ୍ୟ ନୁହେଁ କିମ୍ବା ଏହି ପ୍ରସଙ୍ଗରେ ଉତ୍ତର ଦେଇ ଭାରତ ଏହି ପ୍ରସଙ୍ଗକୁ ବଢାଇବାକୁ ଚାହୁଁନାହିଁ। ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର ରବିନ୍ଦ୍ର କହିଛନ୍ତି, ଭାରତର ୟୁନିଅନ ଟେରିଟୋରୀ ଉପରେ ଏକ ପ୍ରତିନିଧୀ ଦଳ (ପାକିସ୍ତାନୀ ପ୍ରତିନିଧୀ) ମନ୍ତବ୍ୟ ଦେଇଛନ୍ତି। ଯାହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମୁଁ ଏହି ମନ୍ତବ୍ୟକୁ ଅଣଦେଖା କରିବି କାରଣ ଏହି ପ୍ରତିକ୍ରିୟା ପାଇଁ ସେମାନେ ଯୋଗ୍ୟ ନୁହନ୍ତି । ଏଭଳି କିଛି କହି ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର ରବିନ୍ଦ୍ର।

Get real time updates directly on you device, subscribe now.