fbpx

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ: ବିଶ୍ୱକପ ପୂର୍ବରୁ BCCI ର ବଡ଼ ନିଷ୍ପତି

ମୁମ୍ବାଇ: ଏସିଆ କପ-୨୦୨୩ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍। ଏସିଆ କ୍ରିକେଟ୍ କାଉଂସିଲ(ଏସିସି)ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି । ତେବେ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ ସେ ନେଇ ଆଗାମୀ ଦିନରେ ନିଷ୍ପତି ନିଆଯିବ । ୨୦୨୩ ଏସିଆ କପ ଆୟୋଜନର ଦାୟିତ୍ୱ ପାକିସ୍ତାନକୁ ମିଳିଛି । ରିପୋର୍ଟ ଅନୁଯାୟୀ ଏହା ପାକିସ୍ତାନରେ ଖେଳାଯିବାର ଅଛି ।

ଆଜି ବିସିସିଆଇର ଏଜିଏମ ବୈଠକରେ ରୋଜର ବିନ୍ନିଙ୍କୁ ବିସିସିଆଇର ନୂତନ ସଭାପତି ଭାବରେ ନିଯୁକ୍ତି ମିଳିିଛି । ଆଜିର ଏହି ବେଠକରେ ଏହା ମଧ୍ୟ ନିଷ୍ପତି ନିଆଯାଇଥିଲା ଯେ, ଭାରତ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତେଣୁ ଟୁଣ୍ଣାମେଣ୍ଟକୁ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ । କ୍ରିକବଜ ରିପୋର୍ଟ ମୁତାବକ ଜୟ ସାହା ବୈଠକରେ କହିଥଲେ ଯେ, ଆମେ ନିଷ୍ପତି କରିଛୁ କି ୨୦୨୩ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ।

ଭାରତୀୟ ଟିମ୍ ୨୦୦୮ ପରେ ପାକିସ୍ତାନ ଗସ୍ତ କରି ନାହିଁ । ୨୦୦୮ ଏସିଆ କପ ଖେଳିବାକୁ ଭାରତୀୟ ଟିମ୍ ଶେଷଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ପରବର୍ତ୍ତି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ଦ୍ୱିପାଖିକ ସିରିଜ ବନ୍ଦ ରହିଛି । ଲେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ-ପାକିସ୍ତନା ମୁକାବିଲା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.