fbpx

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଜଣକୁ ଗିରଫ କଲା ଏସଟିଏଫ୍

ଜୀବନ୍ତ ଉଦ୍ଧାର ହେଲା ବଜ୍ରକାପ୍ତା  । ଏସଟିଏଫ୍ କବଜାରେ ପଡ଼ିଲେ ବଜ୍ରକାପ୍ତା ଚୋରା ଚାଲଣକାରୀ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍ ।

ସୂଚନା ଅନୁଯାୟୀ, ବିକ୍ରି ପାଇଁ ଡିଲ୍ ବେଳେ କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ଉ କରି ଧରିଛି ଏସଟିଏଫ୍ । ୨ ବେପାରୀ ଜଗବନ୍ଧୁ ପରଜା ଓ ମାଧବ ପରଜାଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଗତ ୨୦୨୦ ପରଠାରୁ ବର୍ତ୍ତମାନ ସୁଦ୍ଧା ୨୫ଟି କଲରା ପତରିଆ ଛାଲ, ୧୩ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୧ଟି ଜୀବନ୍ତ ବଜ୍ରକାପ୍ତା, ୧୬କେଜି ରୁ ଅଧିକ ବଜ୍ରକାପ୍ତା କାତି ଜବତ କରିଛି ପୋଲିସ । ଏଥିସହ ୫୭ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.