fbpx

(Video) ‘ଛଅ ଥରର ସାଂସଦ ମୁଁ, ଆପଣ ମୋତେ ଶିଖାଇବେ…..’: ନାରାବାଜୀକୁ ରୋକିବାରୁ ବିଜେପି ନେତାଙ୍କୁ ଏପରି ଟାର୍ଗେଟ୍ କଲେ ପପୁ ଯାଦବ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ଦଳର ନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ବେଳର ଅନେକ ଭିଡିଓ ସାମ୍ନାକୁ ଆସିବା ସହ ତାହା ବିବାଦ ସୃଷ୍ଟି କରିଛି । ପରବର୍ତ୍ତୀ ସମୟରେ ଉକ୍ତ ନାରା ଓ ବୟାନକୁ ଲୋକସଭା ରେକର୍ଡରୁ ହଟାଇ ଦିଆଯାଇଛି । ତେବେ ଏହା ମଧ୍ୟରେ ବିହାରର ନବନିର୍ବାଚିତ ସାଂସଦ ପପ୍ପୁ ଯାଦବଙ୍କୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।

ପପ୍ପୁ ସାଂସଦ ଭାବେ ଶପଥ ଗ୍ରହଣ ନେବା ସମୟରେ ଭାଷର ଆରମ୍ଭରୁ ‘ପ୍ରଣାମ ପୂର୍ଣ୍ଣିୟା, ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର’ ନାରା ଦେଇଥିଲେ । ତେଣୁ ପପୁଙ୍କର ଏହି ନାରାବାଜୀକୁ ବନ୍ଦ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଓ ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ପପୁଙ୍କୁ କହିଥିଲେ । ତେବେ ଏହାପରେ ପପ୍ପା ଶାସକ ଦଳର ସାଂସଦଙ୍କ ଆଡ଼କୁ ଟାର୍ଗେଟ୍ କରି କହିଥିଲେ, ‘ମୁଁ ୬ ଛଅ ଥରର ସାଂସଦ, ଆପଣ ମୋତେ ଶିଖାଇବେ? ଆପଣ ଦୟା ଆଧାରରେ ଜିତିଥିବେ, ମୁଁ ଚତୁର୍ଥ ଥର ସ୍ୱାଧୀନ ଭାବେ ଜିତି କରି ଏଠାକୁ ଆସିଛି ।’

ପପ୍ପୁ ଭୋଜପୁରୀ ଭାଷାରେ ଶପଥ ନେଇଥିଲେ । ସେ ନିଜର ଶପଥ ଗ୍ରହଣ ଶେଷ ଆଡ଼କୁ ଧନ୍ୟବାଦ ଦେବା ସହିତ ନୀଟ ପରୀକ୍ଷା ପୁନର୍ବାର କରାଇବାକୁ ଦାବି କରିଥିଲେ । ଏଥିସହିତ ସେଠାରେ ଛିଡ଼ା ହୋଇ ବିହାରକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଥିଲେ । ସେ ‘ସୀମାଞ୍ଚଳ ଜିନ୍ଦାବାଦ, ମାନବତାବାଦ ଜିନ୍ଦାବାଦ’ ଆଦି ନାରା ଦେଇଥିଲେ । ଏହାପରେ ପପ୍ପୁଙ୍କର ନାରାବାଜୀକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଓ ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ରୋକିଥିଲେ ।

Get real time updates directly on you device, subscribe now.