fbpx

ଲିଭରକୁ କ୍ଷତି ପହଞ୍ଚାଇପାରେ ପାରାସିଟାମଲ୍: ମୂଷା ଉପରେ ପରୀକ୍ଷା କରି ଏଭଳି ଦାବି କଲେ ବିଶେଷଜ୍ଞ

Advertisement

ନୂଆଦିଲ୍ଲୀ: ସାଧାରଣତଃ ଗୋଡ଼ ହାତ ବିନ୍ଧା ହୋଇ ଜ୍ୱର ହେଲେ ସମସ୍ତେ ପାରାସିଟାମଲ ଔଷଧ ଖାଇଥାନ୍ତି। ସେହିପରି ଶରୀର ତାପମାତ୍ରା କମ୍‌ କରିବା ପାଇଁ ଏହା ବେଶ୍‌ ଉପଯୋଗୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ‘ପାରାସିଟାମଲ’ ଔଷଧର ଲଗାତର ସେବନ ହୋଇପାରେ ଘାତକ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଲିଭର ବା ଯକୃତକୁ କ୍ଷତି ପହଞ୍ଚାଇପାରେ ବୋଲି ବିଶେଷଜ୍ଞମାନେ ଦାବି କରି କହିଛନ୍ତି। ଏନେଇ ଏଡିନବର୍ଗ ବିଶ୍ୱବିଦ୍ୟାଳୟ ଓ ଓସଲୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯାଇଥିଲା।

ତେବେ ଏକ ମୂଷା ଶରୀରରେ ‘ପାରାସିଟାମଲ୍’ ପ୍ରଭାବ ସମ୍ପର୍କରେ ପରୀକ୍ଷା କରି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ପାରାସିଟାମଲ୍ ଲିଭର ପାଇଁ ବହୁତ କ୍ଷତିକାରକ। ସେହିପରି ଅତ୍ୟଧିକ ପାରାସିଟାମଲ୍ ସେବନ ଅନୁରୂପ କ୍ଷତି ଘଟାଇବାକୁ ମଧ୍ୟ ସକ୍ଷମ ବୋଲି ଗବେଷକମାନେ ତାଙ୍କର ରିପୋର୍ଟରେ ଦର୍ଶାଇଛନ୍ତି। ଯାହା ସାଇଣ୍ଟିଫିକ ରିପୋର୍ଟସ ନାମକ ଜରଣ୍ଣାଲରେ ପ୍ରକାଶିତ ହୋଇଛି।

ବିଶେଷଜ୍ଞଙ୍କ ଗବେଷଣା ଅନୁଯାୟୀ, ‘ପାରାସିଟାମୋଲ’ ଅଙ୍ଗରେ ଥିବା ସଂଲଗ୍ନ କୋଷଗୁଡ଼ିକ ମଧ୍ୟରେ ପ୍ରମୁଖ ଗଠନମୂଳକ ସଂଯୋଗକୁ ନଷ୍ଟ କରି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯକୃତକୁ କ୍ଷତି ପହଞ୍ଚାଇପାରେ। ଯେତେବେଳେ ଯକୃତର ଟିସୁ ଗଠନ ନଷ୍ଟ ହୁଏ, କୋଷଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥାଏ ଏବଂ ଏପରିକି ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ‘ଏହି କୋଷ ଏକ ଓ୍ୱାଲ୍‌ ପରି ସଂଯୋଗ ହୋଇଥାଏ, ଯାହା ଗବେଷଣାରୁ ଏହାର କ୍ଷତି ହୋଇଥିବା ଜଣାପଡ଼ିଛି।

 

Get real time updates directly on you device, subscribe now.