fbpx

ଟ୍ୱିଟର ସିଇଓ ପଦରୁ ଓହରିଲେ ଜ୍ୟାକ ଡୋର୍ସି, ସ୍ଥାନ ନେବେ ଏହି ଭାରତୀୟ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରର ସିଇଓ ହେବେ ଭାରତୀୟ ବଂଶୋଦ୍ଭବ । ପରାଗ ଅଗ୍ରୱାଲ ହେବେ ଟ୍ୱିଟର ସିଇଓ । ଟ୍ୱିଟରରେ ସିଟିଓ ଭାବେ କାର୍ଯ୍ୟରତ ପରାଗ ଅଗ୍ରୱାଲ । ଚିଫ୍ ଅଫ୍ ଟେକ୍ନୋଲୋଜି ଅଫସରରୁ ସିଇଓ ହେବେ ପରାଗ । ଜ୍ୟାକ ଡୋର୍ସି ସିଇଓ ପଦ ଛାଡ଼ିବା ପରେ ପରାଗ ଅଗ୍ରୱାଲଙ୍କୁ ମିଳିବାକୁ ଯାଉଛି ଏହି ପଦବୀ ।

ସୂଚନାଯୋଗ୍ୟ, ଦୀର୍ଘ ୧୬ ବର୍ଷ ଧରି ଜ୍ୟାକ ଏହି ପଦକୁ ସମ୍ଭାଳିଥିଲେ । ଏନେଇ ସେ ଏକ କମ୍ପାନୀର କର୍ମଚାରୀଙ୍କୁ ଏକ ପତ୍ର ଲେଖିବା ସହ କହିଛନ୍ତି କୋ-ଫାଉଣ୍ଡର ଏବଂ ସିଇଓ ପର୍ଯ୍ୟନ୍ତ ଭୂମିକା ନିଭାଇବା ପରେ ପ୍ରାୟ ୧୬ ବର୍ଷ ପରେ ଏହି ପଦବୀ ଛାଡ଼ିବାର ନିଷ୍ପତି ନେଉଛି, ଏବେ ଯିବା ପାଇଁ ଉଚିତ୍ ସମୟ ।

ସୋମବାର ଟ୍ୱିଟର ଘୋଷଣା କରିଛି ଯେ ସିଟିଓ ପରାଗ ଅଗ୍ରୱାଲ ଜ୍ୟାକ ଡୋର୍ସୀଙ୍କ ସ୍ଥାନ ନେବେ । ଏକ ବିବୃତ୍ତିରେ କହିଛି ଯେ ନିର୍ଦ୍ଦେଶକ ମଣ୍ଡଳ ସର୍ବସମ୍ମତି କ୍ରମେ ପରାଗ ଅଗ୍ରୱାଲଙ୍କୁ ସିଇଓ ଏବଂ ବୋର୍ଡ ସଦସ୍ୟ ଭାବରେ ନିଯୁକ୍ତ କରିଛି ।

ପରାଗ ଅଗ୍ରୱାଲ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟ୍ୱିଟର ସହ ଯୋଡ଼ି ହୋଇରହିଛନ୍ତି । ଜଣେ ବିଶେଷ ସଫ୍ଟଓୟୋର ଇଞ୍ଜିନିୟର ଭାବ ସେ ଟ୍ୱିଟରରେ ଯୋଗ ଦେଇଥିଲେ ଏବଂ ପରେ ଚିଫ୍ ଅଫ୍ ଟେକ୍ନୋଲୋଜି ଅଫିସର ହୋଇଥିଲେ । ଟ୍ୱିଟର ପୂର୍ବରୁ ପରାଗ ମାଇକ୍ରୋସଫ୍ଟ, ୟାହୁ, ଏଟିଏଡି ଲ୍ୟାବ ସହ କାମ କରିଛନ୍ତି । ପରାଗ ଅଗ୍ରୱାଲ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବି ଟେକ୍ କରିଛନ୍ତି ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ପିଏଚଡି ଶେଷ କରିଛନ୍ତି ।

 

Get real time updates directly on you device, subscribe now.