fbpx

କାଟ୍ରିନାଙ୍କୁ ଡରୁଛନ୍ତି ପରିଣୀତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ୨୦୧୧ରେ ବଲିଉଡ୍ ରେ “ଲେଡିସ୍ ଭର୍ସେସ୍ ରିକି ବହଲ” ଫିଲ୍ମ ଜରିଆରେ ଏଣ୍ଟ୍ରି କରିଥିଲେ । ଏଥିରେ ତାଙ୍କ ସହିତ ନଜର ଆସିଥିଲେ ରଣବୀର ସିଂ ଏବଂ ଅନୁଷ୍କା ଶର୍ମା । ଏହି ଫିଲ୍ମ ପରେ ଆରମ୍ଭ ହୋଇଥିଲା ତାଙ୍କର ବଲିଉଡ୍ ରେ ଯାତ୍ରା । ଏଯାବତ୍ ସେ ଅନେକ ହିଟ୍ ଫିଲ୍ମରେ କାମ କରିସାରିଛନ୍ତି । ତେବେ ଏକ ସାକ୍ଷାତକାରରେ ସମୟରେ ପରିଣୀତି କହିଛନ୍ତି ଯେ, ସେ ଚିକନି ଚମେଲୀ ବା କାଟ୍ରିନା କୈଫ୍ ଙ୍କୁ ଖୁବ୍ ଡରନ୍ତି । ସେ ଆହୁରି ମଧ୍ୟ କିଛି ମଜାଦାର କଥାର ଖୁଲାସା କରିଛନ୍ତି ।

 

View this post on Instagram

 

A post shared by Parineeti Chopra (@parineetichopra)

ପରିଣୀତି କହିଛନ୍ତି ଯେ, କାଟ୍ରିନା କୈଫ୍ ଜଣେ ଷ୍ଟ୍ରିକ୍ଟ ଶିକ୍ଷକ ପରି । ସେ ନିଜ ଫିଟନେସ୍ ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଅନ୍ତି । ଡ୍ରିମ୍ ଟିମ୍ ଟୁର୍ ବେଳେ କାଟ୍ରିନା ଏବଂ ତାଙ୍କ ଟ୍ରେନର୍ ସମସ୍ତଙ୍କ ଖାଇବା ଉପରେ ଅଧିକ ଧ୍ୟାନ ଦେଉଥିଲେ । ସମସ୍ତେ ଯେପରି ଉତ୍ତମ ଖାଦ୍ୟ ଖାଇବେ ସେହି କଥାର ଧ୍ୟାନ ରଖୁଥିଲେ । ସେ ସେମାନଙ୍କ ରୁମ୍ କୁ ହେଲ୍ଦି ଖାଦ୍ୟର ପ୍ୟାକେଟ୍ ପଠାଉଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଫିଟନେସ୍ ପାଇଁ ଏବଂ ଫିଟନେସ୍ ସମ୍ପର୍କିତ କଥା ବିଷୟରେ କାଟ୍ରିନାଙ୍କୁ ମେସେଜ୍ ଜରିଆରେ ପଚାରିଥିଲେ । ଆଉ କଟ୍ରିନା ସେସବୁର ଉତ୍ତର ମଧ୍ୟ ଦେଉଥିଲେ । କାଟ୍ରିନା ୱର୍କଆଉଟ୍ ବେଳେ ତାଙ୍କୁ ଡାକନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

 

View this post on Instagram

 

A post shared by Parineeti Chopra (@parineetichopra)

ତେବେ ପରିଣୀତିଙ୍କୁ ଶେଷ ଥର ପାଇଁ ଫିଲ୍ମ “ସାଇନା” ରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ଅର୍ଜୁନ୍ କପୁରଙ୍କ ସହ “ସନ୍ଦୀନ ଔର୍ ପିଙ୍କି ଫରାର୍’ ରେ ଦେଖିବାକୁ ମିଳିଥିଲେ ।

Get real time updates directly on you device, subscribe now.