fbpx

(Video)ନଦୀରେ ଖସିଲା ଯାତ୍ରୀବାହୀ ଗାଡି, ୧୦ରୁ ଅଧିକ ଯାତ୍ରୀ ମୃତ ଆଶଙ୍କା

AAKASH

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଛି । ଏହି ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଓ ୭ ଯାତ୍ରୀ ଗୁରୁତର ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାର ସୂଚନା ପାଇବା ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରୁଦ୍ରପ୍ରୟାଗ ଠାରୁ କିଛି ଦୂର ପୂର୍ବକୁ ଏହି ଦୁର୍ଘଟଣା ଘଟିଛି । ଏହି ଗାଡିଟି ସିଧା ଗଭୀର ଖାଇରେ ଖସି ଅଳକାନନ୍ଦା ନଦୀରେ ପଡିଥିଲା । ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ଏକଜୁଟ ହୋଇ ପୋଲିସକୁ ତତକ୍ଷଣାତ୍ ସୂଚନା ଦେଇଥିଲେ । ଏହି ଗାଡିରେ ଡ୍ରାଇଭର ସହିତ ମୋଟ ୨୩ ଯାତ୍ରୀ ଥିଲେ । ଗାଡିଟି ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଚୋପତା ତୁଙ୍ଗନାଥ ଯାଉଥିଲା ।

Get real time updates directly on you device, subscribe now.