fbpx
BSKY
BJD MC SKY
BJD YOUTH SKY

‘ପଠାନ୍ ଏକ ଦେଶଭକ୍ତି ଫିଲ୍ମ’, ବେସରମ ରଙ୍ଗ ଗୀତ ବିବାଦ ମଧ୍ୟରେ ଶାହରୁଖଙ୍କ ଟ୍ୱିଟ୍ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଶାହରୁଖ ଏହି ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ଫିଲ୍ମ ଆଗାମୀ ବର୍ଷ ଆରମ୍ଭରେ ରିଲିଜ ହେବ । ଏହାରି ମଧ୍ୟରେ ଫିଲ୍ମର ଗୋଟିଏ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏବଳି ସମୟରେ ଶାହରୁଖ ଖାନ୍ ଟ୍ୱିଟରରେ ‘ଆସ୍କ ମି ଏନିଥିଙ୍ଗ’ ସେସନ୍ ରଖିଥିଲେ । ଏହି ସମୟରେ ସେ ତାଙ୍କର ପ୍ରଶଂସକମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହି ସମୟରେ ଜଣେ ପ୍ରଶଂସକ ପଚାରିଥିଲେ କି, କ’ଣ ପଠାନ୍ ଏକ ଦେଶଭକ୍ତି ଫିଲ୍ମ ? ଏହାର ଉତ୍ତରରେ ଶାହରୁଖ କହିଥିଲେ, ‘ହଁ ଏହା ଏକ ଦେଶଭକ୍ତି ଫିଲ୍ମ, କିନ୍ତୁ ଟିକିଏ ଅଲଗା ପ୍ରକାର।’ ସେହିପରି ଆଉ ଜଣେ ପ୍ରଶଂସକ ପଚାରିଥିଲେ, ୨୬ ତାରିଖରେ ତାଙ୍କର ବିବାହ ଧାର୍ଯ୍ୟ ହୋଇଯାଇଛି । ତ ଏହାର ଉତ୍ତରରେ ଶାହରୁଖ କହିଥିଲେ କି ‘୨୬ ତାରିଖରେ ବାହା ହୋଇଯାନ୍ତୁ ଏବଂ ହନୀମୁନ୍ ଛୁଟିରେ ଫିଲ୍ମ ଦେଖିଦେବ।’

ସେହିପରି ଆଉ ଜଣେ ପ୍ରଶଂସକ ପଚାରିଥିଲେ, ପଠାନ୍ ଫିଲ୍ମର ପ୍ରଥମ ଦିନ ରିଲିଜରେ କେତେ ଟଙ୍କା ଆୟ କରିବ । ଏହାର ଜବାବରେ ଶାହରୁଖ ଲେଖିଥିଲେ, ‘ମୁଁ ଭବିଷ୍ୟବାଣୀ କରିବାର କାର୍ଯ୍ୟରେ ମୁଁ ନାହିଁ । ମୁଁ ଆପଣଙ୍କୁ ମନୋରଞ୍ଜନ ଯୋଗାଇବା ଏବଂ ହସ ଫୁଟାଇବା କାର୍ଯ୍ୟରେ ରହିଛି।’ ଏହିଭଳି କିଛି ପ୬ଶ୍ନର ଜବାବ ଶାହରୁଖ ଖାନ୍ ହସ୍ ମଜାକ କରି ଦେଇଥିଲେ ।

ଫିଲ୍ମକୁ ନେଇ ବିବାଦ ମଧ୍ୟରେ ଶାହାରୁଖ ଖାନ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ନିଜର ପ୍ରତିକ୍ରିୟା ଦେଇଥିଲେ । ଶାହାରୁଖ ଖାନ କହିଥିଲେ ଯେ ‘ବିଶ୍ୱ ସ୍ୱାଭାବିକ ହୋଇଛି’ । ଆମେ ସମସ୍ତେ ଖୁସି । ମୁଁ ସବୁଠାରୁ ଅଧିକ ଖୁସି ଏବଂ ଏହା କହିବାରେ ମୋର କୌଣସି ଆପତ୍ତି ନାହିଁ ଯେ ଦୁନିଆ ଯାହା ବି ହେଉନା କାହିଁକି, ମୁଁ, ଆପଣ ଏବଂ ସମସ୍ତ ସକରାତ୍ମକ ଲୋକ ଜୀବିତ ଅଛନ୍ତି ।

Get real time updates directly on you device, subscribe now.