fbpx

ପାଟଣା ଥାନାରେ ମହିଳା ଆଇଆଇସିଙ୍କ ଦବଙ୍ଗଗିରି, ଭିଡ଼ିଓ ଭାଇରାଲ

Advertisement

ପାଟଣା, ୧୯ା୫(ଓଡ଼ିଶା ଭାସ୍କର): କେନ୍ଦ୍ୁଝର ଜିଲ୍ଳା ସ୍ଥିତ ପାଟଣା ଥାନାରେ ଦବଙ୍ଗଗିରି ଓ ପୋଲିସ ନିର୍ଯାତନ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିବା ସହ ତଳେ ପକାଇ ଗୋଇଠା ମଧ୍ୟ ମାରିଥିବା ସୂଚନା ରହିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଏହାପରେ କେନ୍ଦ୍ୁଝର ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଘଟଗାଁ ଏସଡ଼ିପିଓଙ୍କୁ ଦେବା ସହ ହାଜତରେ ଏହିପରି କାର୍ଯ୍ୟାକଳାପ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏହାମଧ୍ୟ କହିଥିଲେ ଯେ ଯଦି ଘଟଣାଟି ସତ ହୋଇଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ମାଡ଼ ମାରିଥିବା ଯୁବକ ଜଣକ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ । ତାଙ୍କର ବୟସ ୨୨ବର୍ଷ । ତାଙ୍କୁ ଏକ ଜମିବାଡ଼ି ବିବାଦକୁ ନେଇ ମାଡ଼ ମରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.