fbpx

କେବଳ ହିନ୍ଦୁ ଜୀବନ ମୂଲ୍ୟବୋଧ ମାଧ୍ୟମରେ ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ହିନ୍ଦୁତ୍ୱ ଓ ବିଶ୍ୱ ଶାନ୍ତିକୁ ନେଇ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ହିନ୍ଦୁ ମୂଲ୍ୟବୋଧ ଶାନ୍ତିକୁ ପ୍ରୋତ୍ସାହିତ କରିଥାଏ । ଅନିଶ୍ଚିତତା ଦେଇ ଗତି କରୁଥିବା ବିଶ୍ୱ ଅହିଂସା, ସତ୍ୟ, ସହନଶୀଳତା ଓ ସମନ୍ୱୟର ହିନ୍ଦୁ ମୂଲ୍ୟବୋଧରୁ ପ୍ରେରଣା ଲାଭ କରିବା ଉଚିତ । ଏହାପରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ଥାଭିସିନ୍ କହିଛନ୍ତି ।

ବିଶ୍ୱ ତଥା ପ୍ରଗତିଶୀଳ ଓ ଦକ୍ଷତାସମ୍ପନ୍ନ ସମାଜରେ ହିନ୍ଦୁମାନଙ୍କର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କୋକ ଠାରେ ନଭେମ୍ବର ମାସ ୨୪ ତାରିଖରେ ତୃତୀୟ ବିଶ୍ୱ ହିନ୍ଦୁ କଂଗ୍ରେସ ଉଦଘାଟିତ ହୋଇଯାଇଛି । ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଥାଭିସିନ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଥିଲା, ମାତ୍ର କୌଣସି କାରଣବଶତଃ ସେ ସେଥିରେ ସାମିଲ ହୋଇପାରିନଥିଲେ ।

ତେବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଥାଭିସିନଙ୍କ ବାର୍ତ୍ତାକୁ ଉକ୍ତ ବୈଠକରେ ପଠନ ଯାଇଥିଲା । ଏହି ଅବସରରେ ଶ୍ରୀ ଥାଭିସିନ କହିଥିଲେ, ହିନ୍ଦୁତ୍ୱର ନୀତି ଓ ମୂଲ୍ୟବୋଧକୁ ନେଇ ବିଶ୍ୱ ହିନ୍ଦୁ କଂଗ୍ରେସର ଆୟୋଜନ କରିବା ଥାଇଲାଣ୍ଡ ପାଇଁ ନିଶ୍ଚିତ ଭାବେ ଏକ ସମ୍ମାନର ବିଷୟ । ଏକ ଶାନ୍ତିପୂର୍ଣ୍ଣ ସହଭାଗିତା ପାଇଁ ସିନ୍ଥେସିସ ଓ ସନ୍ତୁଳନର ମୁଖ୍ୟ ନୀତିଗୁଡ଼ିକୁ ବେଦ କଳ୍ପନା କରିଥାଏ । ଏହି ନୀତିଗୁଡ଼ିକ ଉପରେ ଶାନ୍ତିର କନସେପ୍ଟ ସ୍ଥାପିତ ହୋଇଛି । ଶିକ୍ଷା, ଅର୍ଥନୀତି, ଆକାଡେମିକ୍ସ, ଗବେଷଣା, ବିକାଶ, ମିଡ଼ିଆ ଓ ରାଜନୀତିରେ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଶ୍ୱ ହିନ୍ଦୁ କଂଗ୍ରେସକୁ ବିଶ୍ୱର ୬୧ଟି ରାଷ୍ଟ୍ରର ୨୨୦୦ରୁ ଅଧିକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେମାନଙ୍କର ମଧ୍ୟରେ ୨୫ଟି ରାଷ୍ଟ୍ରର ସାଂସଦ ଓ ମନ୍ତ୍ରୀମାନେ ସାମିଲ ଥିଲେ । ଥାଇଲାଣ୍ଡରେ ୧୦ ଲକ୍ଷରୁ ଅଧିକ ଭାରତୀୟ ସମ୍ପ୍ରଦାୟ ବାସ କରୁଥିବା ବେଳେ ଦେଶର ବାଣିଜ୍ୟ ଓ ଅର୍ଥନୀତିର ବିକାଶ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

Get real time updates directly on you device, subscribe now.