fbpx

Vastu Tips: ବାସ୍ତୁ ଦୋଷ ଦୂର କରେ ମୟୂର ପଙ୍ଖ: ଦୁଃଖ-ବ୍ୟାଧି ହଟାଇ ଭରିଦିଏ ଶାନ୍ତି

ଓଡ଼ିଶା ଭାସ୍କର: ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ । ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନରେ ରହିଥାଏ । ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ବାସ୍ତୁବିତ୍ ମତାମତ ଦେଇଥାନ୍ତି । ଏହାର ନିରାକରଣ ପାଇଁ ମଧ୍ୟ ଉପାୟ ଦେଇଥାନ୍ତି । ଯାହା କରିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ସେଥିମଧ୍ୟରୁ ଘରେ ଯଦି ମୟୂର ପୁଚ୍ଛ ରଖିବେ ତାହାହେଲେ ଘରେ ଥିବା ବାସ୍ତୁଦୋଷ ଦୂର ହେବା ସହ ଶୁଭ ଫଳ ମିଳିଥାଏ ବୋଲି ବାସ୍ତୁବିତ୍ ମାନେ ମତାମତ ଦେଇଛନ୍ତି । ଏପରିକି ମୟୂର ପୁଚ୍ଛ ସହ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ ।

  •  ଘରେ ମୟୂର ପୁଚ୍ଛ ରଖିଲେ ଶୁଭ ଫଳ ମିଳିଥାଏ । ଏହାସହ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ । ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  •  ଘରେ ମୟୂର ପୁଚ୍ଛ ପୂର୍ବ ଦିଗରେ ରଖିଲେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ଘରେ ମୟୂର ପୁଚ୍ଛ ଉତ୍ତର –ପଶ୍ଚିମ ଦିଗରେ ରଖିଲେ ଘର ଅଭାବ ଅନାଟନ ଦୂର ହୋଇଥାଏ । ଏହାସହ ଧନବୃଦ୍ଧିରେ ସହାୟକ ହୋଇଥାଏ ।
  •  ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଶୋଭା ପାଇଥାଏ । ଏଥିପାଇଁ ଘରେ ମୟୂରପୁଚ୍ଛ ରଖିଲେ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ ।

Get real time updates directly on you device, subscribe now.