fbpx

ମିସ୍ କଲ୍ ରେ ହ୍ୟାକ୍ କରୁଛି ପେଗାସସ୍, ସତର୍କ ହେବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଗାସସ୍ ସମ୍ପର୍କରେ ପୁଣି ଆସିଲା ଏକ ନୂଆ ତଥ୍ୟ । ମିସ୍ କଲ୍ ଜରିଆରେ ଏହା ଲୋକଙ୍କୁ ଟାର୍ଗେଟ୍ କରୁଛି । ବହୁ ଲୋକଙ୍କ ଉପରେ ନଜର ରଖିଛି ପେଗାସସ୍ । କେନ୍ଦ୍ର ସରକାର ଏହାକୁ ଏକ ପ୍ରକାର ଅସ୍ୱୀକାର କରୁଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି ।

ସୂଚନା ଅନୁସାରେ ପେଗାସସ୍ ଭାଇରସ୍ ହେଉଛି ସାଂଘାତିକ ଓ ଶକ୍ତିଶାଳୀ । ଏଭଳି କିଛି ଶକ୍ତିଶାଳୀ ସ୍ପାଇ ସଫ୍ଟୱେର୍ ଦ୍ୱାରା ଲୋକଙ୍କୁ ଟାର୍ଗେଟ କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକାଂଶ ସଫ୍ଟୱେରରୁ ରିମୋଟ କଣ୍ଟ୍ରୋଲ୍ ଜରିଆରେ ଲୋକଙ୍କ ମୋବାଇଲ୍ ଫୋନ୍କୁ ଆକ୍ସେସ୍ କରିହେବ । କିନ୍ତୁ ଏହା ହୋମ୍ ସ୍କ୍ରିନ୍ ରେ ଦେଖାଯିବନି । ସେହିପରି ମିସଡ୍ କଲ୍ ଜରିଆରେ ପେଗାସସ୍ ଆଟାକ୍ କରୁଥିବା କୁହାଯାଇଛି ।

Get real time updates directly on you device, subscribe now.