fbpx

(Video) “ମୋତେ ଦେଖିବାକୁ ଲୋକମାନେ ଆସୁଛନ୍ତି ,ମୁଁ ସ୍ୱାର୍ଥପର ନୁହେଁ ..ସେଥିପାଇଁ ମୁଁ ଖାଇବାକୁ ଦେଲି”;ରାଣୀ ପଣ୍ଡା

Advertisement

ଭୁବନେଶ୍ୱର: ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । ପୂର୍ବରୁ ଯେଉଁଠି ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେଇ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିଲା ‘ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ । ନାଟକର ୪ର୍ଥ ରାତିରେ ରାନୀପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗୁଛି । କିଏ ଟିକେଟ ପାଉଛି ତ କିଏ ମନ ଦୁଃଖରେ ଫେରିଯାଉଛି ।

ଯାତ୍ରା ମହାସମରରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସବୁ ଗଣନାଟ୍ୟ ମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ । ଦେଖିବାକୁଗଲେ, ଯାତ୍ରା ପାଇଁ ଟିକେଟ୍ ଅଗ୍ରିମ ବୁକିଂ ହେଇଯାଉଛି । ଅନେକ ଲୋକ ଫେରି ଆସୁଛନ୍ତି । କିଛି ଦର୍ଶକ କହୁଛନ୍ତି ଦୁଇଶହ ଟଙ୍କା ଦେଇ ଅନେକ ଲୋକ ଠିଆ ହୋଇ ଦେଖୁଛନ୍ତି ।

Get real time updates directly on you device, subscribe now.