fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ସଙ୍ଗଠନର ସଦସ୍ୟ

ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଆଜି ଭେଟ କରିଛନ୍ତି ମୁସଲିମ ସଙ୍ଗଠନର ସଦସ୍ୟ । ୪ ଜିଲ୍ଲାର ମୁସଲିମ ସଙ୍ଗଠନର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିଛନ୍ତି । ସେହି ୪ଟି ଜିଲ୍ଳାର ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡା ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମୁସଲିମ ସଙ୍ଗଠନର ଜଣେ ସଦସ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମେ ନାଗରିକତା ସଂଶୋଧନ ବିଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲୁ । ସିଏବି ବିଲକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଏନଆରସି ଲାଗୁ ନହେବା ପାଇଁ ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ।’
ତେବେ ସିଏବି ବିଲକୁ ନେଇ ଆମେ ଭୟଭୀତ ଅଛୁ ବୋଲି ମୁସଲିମ ସଙ୍ଗଠନ କହିଛି ।

Get real time updates directly on you device, subscribe now.