fbpx

ମେଷ, କର୍କଟ ଓ ବିଛା ରାଶିର ଲୋକମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି ରତ୍ନ, କନ୍ୟା ରାଶି ପାଇଁ ଏହା ଠାରୁ ଭଲ ଅନ୍ୟ କୌଣସି ରତ୍ନ ନାହିଁ…

Advertisement

ଭୁବନେଶ୍ୱର : ବୁଧ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ପନ୍ନା ରତ୍ନ (ଗ୍ରୀନ) ପଥର ପିନ୍ଧାଯାଏ । ଯଦି ଆମେ ରାଶି ବିଚାର କରିବା ତେବେ ମିଥୁନ ଏବଂ କନ୍ୟା ରାଶି ପାଇଁ ଏହି ରତ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ବୁଧ ହେଉଛି ଏହି ରାଶିର ସ୍ୱାମୀ । କିନ୍ତୁ ଯଦି ଆମେ ଏହାର ନକରାତ୍ମକ ବିଷୟରେ କହିବା, ତେବେ ମେଷ, କର୍କଟ ଏବଂ ବିଛା ରାଶିର ଲୋକମାନେ ଏହି ପଥର ପିନ୍ଧିବା ଉଚିତ୍ ନୁହେଁ । କୁହାଯାଏ ଯେ ଏହାକୁ ପିନ୍ଧିଲେ ସେମାନଙ୍କର ଆଦୌ ଲାଭ ହୁଏ ନାହିଁ । ବରଂ ଅଧିକ କ୍ଷତି କରିଥାଏ ।

ବୃଷ ରାଶି ପାଇଁ ଏହତି ପଥର ବହୁତ ଲାଭଦାୟକ ହୋଇଥାଏ । ବୁଧ ଓ ଶୁକ୍ର ମଧ୍ୟରେ ଉତ୍ତମ ସମ୍ପର୍କ ଥିବା କାରଣରୁ ବୃଷ ରାଶି ପାଇଁ ଏହା ସର୍ବୋତ୍ତମ । ବୃଷ ରାଶିର ଲୋକମାନେ ଏହି ରତ୍ନ ଧାରଣା କରିବା ଦ୍ୱାରା ଚାକିରିରେ  ଉନ୍ନତି ଏବଂ କିକାଶ ହୋଇଥାଏ । ମିଥୁନ ରାଶି ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସ ବଢିଧଥାଏ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅନେକ ଲାଭ ମଧ୍ୟ ଦେଇଥାଏ । କର୍କଟ ରାଶିମାନେ ଏହି ରତ୍ନ ଧାରଣ କରିବା ଅନୁଚିତ୍ । ଏହା ସିଂହ ରାଶିର ଲୋକଙ୍କୁ ମଧ୍ୟ ବହୁତ ଲାଭ ଦେଇଥାଏ । ନକ୍ୟା ରାଶିର ଲୋକମାନେ ଜୀବନସାରା ଏହି ରତ୍ନ ଧାରଣ କରିବା ଉଚିତ୍ । ତୁଳା ରାଶି ଲୋକଙ୍କ ପାଇଁ ଏହା ଭଲ ଏବଂ ଖରାପ ଉଭୟ ଫଳ ଦେଇଥାଏ । ସେଥିପାଇଁ ଏହାକୁ କୌଣସି ଏକ ଭଲ ଜ୍ୟୋତିଷଙ୍କୁ ଦେଖାଇବା ପରେ ହିଁ ଧାରଣ କରିବା ଉତ୍ତମ ହୋଇଥାଏ । ବାସ୍ତବରେ, ରାଶିରେ ବୁଧର ଦୁର୍ବଳ ସ୍ଥାନରେ ଥିଲେ ଏହି ରତ୍ନ ପିନ୍ଧିବାକୁ ପରାମର୍ଶ ଦିଆଯାଏ ।

ଏହି ପଥରକୁ ସୁନା କିମ୍ବା ଚାନ୍ଦିରେ ତିଆରି କରି ଡାହାଣ ହାତର କନିଷ୍ଠ ଅଙ୍ଗୁଠିରେ ପିନ୍ଧି ପାରିବେ । ବୁଧବାର ସକାଳେ କଞ୍ଚା କ୍ଷୀର ଏବଂ ଗଙ୍ଗା ଜଳରେ ଅଭିଷେକ କରାଇ, ଧୂପ ଜଳାଇବା ଏବଂ ବୁଦ୍ଧ ମନ୍ତ୍ରର ତିନୋଟି ମନ୍ତ୍ର ଜପ କରି ପିନ୍ଧିବା ଉଚିତ୍ ।

Get real time updates directly on you device, subscribe now.