fbpx

ସାବଧାନ: ତିନି ଡୋଜ୍ ଟିକା ନେବା ପରେ ବି ଓମିକ୍ରନ୍ ସଂକ୍ରମିତ ହେଲେ ଯୁବକ, ଆମେରିକାରୁ ଆସିଥିଲେ ମୁମ୍ବାଇ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି କୋଭିଡ୍-୧୯ର ନୂତନ ପ୍ରଜାତି ଓମିକ୍ରନ୍ । ଭାରତରେ ମଧ୍ୟ ଏହାର ପ୍ରଭାବ ଦ୍ରୁତ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଥିବା ବେଳେ ଅଧିକାଂଶ ବିଦେଶ ଫେରନ୍ତା ହିଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆମେରିକାରୁ ମୁମ୍ବାଇକୁ ଫେରିଥିବା ଜଣେ ୨୯ ବର୍ଷିୟ ଯୁବକ ଓମିକ୍ରନ୍ ଆକ୍ରାନ୍ତ ଭାବରେ ଚିହ୍ନଟ ହୋଇଛନ୍ତି । କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ବିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଫାଇଜର୍ ଟିକାର ତିନି ଷହାଜ୍ ଭାକସିନ୍ ନେଇସାରିଥିଲେ । ଏହି ବ୍ୟକ୍ତି ଜଣକ ନଭେମ୍ବର ୯ ତାରିଖରେ ବିମାନବନ୍ଦରରେ କୋଭିଡ୍ ସଂକ୍ରମିତ ଭାବରେ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା ଓ ତାଙ୍କ ରିପୋର୍ଟ ଓମିକ୍ରନ୍ ପଜିଟିଭ୍ ଆସିଥିଲା ।

ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଏହି ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ପରୀକ୍ଷା କରାଯାଇସାରିଛି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ହେଲେ ଏହି ଓମିକ୍ରନ୍ ସଂକ୍ରମିତ ଯୁବକଙ୍କ ପାଖରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ । କେବଳ ଚିନତାର କଥା ହେଲା ତିନି ଡୋଜ୍ ଟିକା ନେବା ପରେ ନୂତନ ଭାରିଆଣ୍ଟ୍ ଲୋକଙ୍କୁ ସଂକ୍ରମିତ କରିପାରୁଛି । ଏହା ହିଁ ସବୁଠାରୁ ସମସ୍ୟାର ବିଷୟ । ନିକଟରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଯେ, ଓମିକ୍ରନ୍ ଭାରିଆଣ୍ଟ କୋଭିଡ୍ ଟିକା ପ୍ରତି କମ୍ ପ୍ରଭାବୀ ।

 

Get real time updates directly on you device, subscribe now.