fbpx
BJD SKY
BJD SKY

SBI YONO ଆପରେ ପର୍ସନାଲ Gold Loan ପାଆନ୍ତୁ କମ୍ ସୁଧରେ, ଜାଣନ୍ତୁ ଏହାର ପ୍ରୋସେସ୍

BJD

ନୂଆଦିଲ୍ଲୀ: ଏସବିଆଇର ଡିଜିଟାଲ ପ୍ଲାଟଫର୍ମ ୟୋନୋ (ୟୁ ନିଡ୍ ଓନଲି ୱାନ୍) ମାଧ୍ୟମରେ ଆପଣମାନେ ପର୍ସନାଲ ଗୋଲ୍ଡ ଲୋନ୍ ନେଇପାରିବେ । ବର୍ତ୍ତମାନ କରୋନା ସମୟରେ ସାଧାରଣ ଲୋକେ ବ୍ୟବସାୟ, ଚାକିରିକୁ ନେଇ ଚିନ୍ତିତ ରହିଥିବା ବେଳେ ସେଥିରୁ ମୁକୁଳିବା ପାଇଁ ୟେନୋ ହେଉଛି ଏକ ଭଲ ଉପାୟ । ୟେନୋରୁ ଗୋଲ୍ଡ ଲୋନ୍ ନେବା ପାଇଁ ଆପଣଙ୍କୁ ୪ଟି ଷ୍ଟେପ୍ ଫଲୋ କରିବାକୁ ପଡ଼ିବ ।

ସର୍ବପ୍ରଥମେ ଆପଣ ଏସବିଆଇ ୟେନୋ ଆପକୁ ଯାଇ ଆକାଉଣ୍ଟ ଲଗ ଇନ କରି ମେନୁକୁ ଯାଇ ଲୋନ୍ ଉପରେ କ୍ଲିକ କରନ୍ତୁ । ଏହାପରେ ଗୋଲ୍ଡ ଲୋନ ଉପରେ କ୍ଲିକ କରି ଆପ୍ଲାଏ କରିବାକୁ ପଡ଼ିବ । ଏହି ଲୋନ୍ ନେବା ପାଇଁ ହେଲେ ଆପଣଙ୍କୁ ସୁନା ଗହଣା, ସିକ୍କା ଆଦି ବ୍ୟାଙ୍କରେ ବନ୍ଧକ ରୂପେ ରଖିବାକୁ ପଡ଼ିଥାଏ । ଏଥିପାଇଁ ଆପଣ ନିଜର ଗହଣା ଓ ସିକ୍କାର ସମସ୍ତ ତଥ୍ୟ ଅନଲାଇନରେ ସବମିଟ୍ କରିପାରିବେ । ଆପ୍ଲାଏ ନାଓ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଏକ ଫର୍ମରେ ଗହଣାର ଡିଟେଲ୍ସ ଦେବାକୁ ପଡ଼ିବ । ଏହାଛଡ଼ା ଆପଣଙ୍କୁ ଘରର ଠିକଣା, ବୃତ୍ତି, ମାସିକ ଇନକମ୍ ଆଦି ଦେବାକୁ ପଡ଼ିଥାଏ । ଏସବିଆଇ ୟେନୋରେ ଗୋଲ୍ଡ ଲୋନ୍ ଫର୍ମ ସବମିଟ୍ କରିବା ପରେ ଗୋଟିଏ ଦିନ ପାଇଁ ଏସବିଆଇ ବ୍ରାଞ୍ଚକୁ ଯିବାକୁ ପଡ଼ିବ । ସେଠାରେ ଆପଣ ଗହଣା, ୨ଟି ଫଟୋ ଓ କେୱାଇସି ଡକ୍ୟୁମେଣ୍ଟ, ଠିକଣା ଯାଞ୍ଚ କରାଯିବ । ଏହାପରେ ଆପଣ ଲୋନ ଡକ୍ୟୁମେଣ୍ଟରେ ସାଇନ୍ କରିବା ପରେ ଗୋଲ୍ଡ ଲୋନ୍ ମିଳିପାରିବ ।

୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏହି ଲୋନ୍ ପାଇଁ ଆପ୍ଲାଏ କରିପାରିବେ, ମାତ୍ର ଏଥିପାଇଁ ଏକ ସୋର୍ସରୁ ଆୟ ଆସୁଥିବାର ଦରକାର । ପେନସନଭୋଗୀମାନେ ବିନା ଆୟ ପ୍ରମାଣପତ୍ରରେ ଏହି ଲୋନ ପାଇଁ ଆବେଦନ କରିପାରିବେ । ୟେନୋରେ ଲୋନ ଆପ୍ଲାଏ କରିବା ସମୟରେ ଆପଣଙ୍କୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ, କେବଳ ଗୋଟିଏ ଥର ଯିବାକୁ ହୋଇଥାଏ । ଏଥିରେ ଆପଣଙ୍କୁ ମାତ୍ର ୮.୨୫ ପ୍ରତିଶତ ସୁଧରେ ଲୋନ ମିଳିଥାଏ । ଯଦି ଆପଣ ଚଳିତ ବର୍ଷ ଡିସେମ୍ବର ୩୦ ସୁଦ୍ଧା ଗୋଲ୍ଡ ଲୋନ ଆପ୍ଲାଏ କରନ୍ତି, ତେବେ ଆପଣଙ୍କୁ ୦.୭୫ ପ୍ରତିଶତ ସୁଧ ଛାଡ଼ ହେବ । ଅର୍ଥାତ ଆପଣମାନେ ୭.୫ ପ୍ରତିଶତ ସୁଧରେ ଲୋନ୍ ପାଇପାରିବେ ।

Get real time updates directly on you device, subscribe now.