fbpx

ଏହି ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ- ଡିଜେଲ, ଜାଣନ୍ତୁ କେଉଁଠି ରହିଛି ସର୍ବାଧିକ ରେଟ୍‌

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । ଶୁକ୍ରବାର ସରକାରୀ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମଳିିଛି । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୭୪.୬୪ ଡଲାରରେ ପହଂଚିଛି । ସେହିପରି ଡଞଓ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୭୨.୦୧ ଡଲାରରେ ପହଂଚିଛି ।

ସରକାରୀ ତୈଳ କମ୍ପାନୀ ତରଫରୁ ଜାରି କରାଯାଇଥିବା ରେଟ୍ ଚାର୍ଟ ଅନୁଯାୟୀ ଗୁରୁଗ୍ରାମରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଶସ୍ତା ହୋଇ ୯୪.୨୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ଡିଜେଲ ମୂଲ୍ୟରେ ବି ଲିଟର ପିଛା ୨୫ ପଇସା ହ୍ରାସ ଘଟି ୮୭.୮୦ ଟଙ୍କାରେ ପହଂଚିଛି । ପାଟନାରେ ଲିଟର ପିଛା ପେଟ୍ରୋଲ ୮୮ ପଇସା ବୃଦ୍ଧି ହୋଇ ୧୦୬.୦୬ ଟଙ୍କାରେ ପହଂଚିଥିବା ବେଳେ ଡିଜେଲ ୮୩ ପଇସା ବଢ଼ି ୯୨.୮୭ ଟଙ୍କାରେ ପହଂଚିଛି । ଯୋଧପୁରରେ ମଧ୍ୟ ପେଟ୍ରୋଲ ୧୫ ପଇସା ଏବଂ ଡିଜେଲ ୧୩ ପଇସା ବୃଦ୍ଧି ହୋଇ ୧୦୫.୧୩ ଟଙ୍କା ଏବଂ ୯୦.୫୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ମହାନଗରରେ ଦେଖିବାକୁ ଗଲେ ଲିଟର ପିଛା ଦିଲ୍ଲୀରେ ପେଟ୍ରୋଲ(୯୬.୬୫ ଟଙ୍କା) ଏବଂ ଡିଜେଲ(୮୯.୮୨ ଟଙ୍କା), ମୁମ୍ବାଇରେ ପେଟ୍ରୋଲ(୧୦୬.୩୧ ଟଙ୍କା) ଏବଂ ଡିଜେଲ(୯୪.୨୭ ଟଙ୍କା), ଚେନ୍ନାଇରେ ପେଟ୍ରୋଲ(୧୦୨.୬୩ ଟଙ୍କା) ଏବଂ ଡିଜେଲ(୯୪.୨୪) ଏବଂ କୋଲକାତାରେ ପେଟ୍ରୋଲ(୧୦୬.୦୩ ଟଙ୍କା) ଏବଂ ଡିଜେଲ(୯୨.୭୬) ଟଙ୍କାରେ ପହଂଚିଛି ।

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲର ନୂଆ ରେଟ୍ ଲାଗୁ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ୍‌, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟ ଯୋଡ଼ି ହେବା ପରେ ଏହାର ମୂଲ୍ୟ ଦ୍ୱିଗୁଣିତ ହୋଇଥାଏ ।

 

Get real time updates directly on you device, subscribe now.