fbpx

ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ୨୦୨୦ ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ରୁ ୧୯ ଯାଏ ଏହି ପରୀକ୍ଷା ହେବ । ଏହାସହ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଅଗଷ୍ଟ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧୦ ଯାଏଁ ଅନଲାଇନ ଆବେଦନ ହେବ । ଏହାପରେ ନଭେମ୍ବର ୭ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ ।ନଭେମ୍ବର ୩୦ ସୁଦ୍ଧା ପିଜି ନାମଲେଖା ପ୍ରକ୍ରିୟା ସରିବ ଓ ଡିସେମ୍ବର ୩ରୁ ପାଠପଢ଼ା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.