fbpx

ଜୁଲାଇ ୯ରେ ହେବ PGT ପଦର ସାର୍ଟିଫିକେଟ ଯାଞ୍ଚ: ତାରିଖ ଘୋଷଣା କଲା OPSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରୁପ-ବିର ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୯ ତାରିଖରେ ୨୬ ଜଣ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ସମସ୍ତ ପ୍ରାର୍ଥୀଙ୍କର ଲିଷ୍ଟ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି)ର ୱେବସାଇଟରେ ଜାରି କରାଯାଇଛି । ସକାଳ ୧୦.୩୦ ସମୟରେ ୧୬ ଜଣ ପ୍ରାର୍ଥୀଙ୍କର ଓ ଦ୍ୱିପ୍ରହର ୨.୩୦ରେ ୧୦ ଜଣ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । କଟକର ଡ. ପି.କେ ପରିଡ଼ା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ନିଜର ଓରିଜିନାଲ ସାର୍ଟିଫିକେଟ /ଡକ୍ୟୁମେଣ୍ଟ ସହିତ ଜେରକ୍ସ କପି ନେଇ ଉପସ୍ଥିତ ହେବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି ।

PGT Posts

Get real time updates directly on you device, subscribe now.