fbpx

Phone Pay, Google Pay ୟୁଜର୍ସ ସତର୍କ ରୁହନ୍ତୁ! ଏପରି ଏକ ଅଭିନବ ଉପାୟରେ ଠକାମୀର ଶିକାର ହୋଇପାରନ୍ତି

ନୂଆଦିଲ୍ଲୀ : ଭାରତରେ ଯେତେବେଳେ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ କଥା ଆସେ, ମନକୁ ଆସୁଥିବା ପ୍ରଥମ ନାମଗୁଡ଼ିକ ହେଉଛି ଫୋନ୍ ପେ ଏବଂ ଗୁଗୁଲ୍ ପେ । କିନ୍ତୁ ବର୍ତ୍ତମାନ ସ୍କାମରମାନେ ଗୁଗୁଲ୍ ପେ ଏବଂ ଫୋନ୍ ପେ ବ୍ୟବହାରକାରୀଙ୍କୁ ଠକିବାର ଏକ ଉପାୟ ପାଇଛନ୍ତି। ଗତ ୧୬ ଦିନ ମଧ୍ୟରେ ଫୋନପେ ଏବଂ ଗୁଗୁଲ ପେ ମାଧ୍ୟମରେ ସାଇବର ଅପରାଧୀମାନେ ପ୍ରାୟ ୧ କୋଟି ଟଙ୍କା ଲୁଟି ନେଇଛନ୍ତି । ମୁମ୍ବାଇର ୧୮ ଜଣ ଏହି ଠକାମୀର ଶିକାର ହୋଇପାରନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ କେୱୋଇସି ଏବଂ ପ୍ୟାନ୍ ସ୍କାନ୍ ଆଧାରରେ ଠକାମୀର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ବଜାରରେ ଏକ ନୂତନ ପ୍ରକାରର ବ୍ୟାଙ୍କ ଠକେଇ କୌଶଳ ଜଣାପଡିଛି । ଯେଉଁଥିରେ ସାଇବର ଅପରାଧୀମାନେ ଜାଣିଶୁଣି ଆପଣଙ୍କ ଗୁଗୁଲ୍ ପେ କିମ୍ବା ଫୋନ୍ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ତା’ପରେ କଲ୍ କରି କୁହନ୍ତି ଯେ ଭୁଲରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଯେତେବେଳେ ଆପଣ ଦୟା ଦେଖାଇ ସେ ନାଁ କୁ ଆସି ଟଙ୍କା ଫେରସ୍ତ କରିବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ଶୂନ ହୋଇଯିବ । ଅର୍ଥାତ୍ ଆପଣ ଠକାମୀର ଶିକାର ହେଲେ ।

କିପରି ରକ୍ଷା କରିବେ
ଏଭଳି ଫୋନ୍ କଲ୍ ଆସୁଥିଲେ ଗୁଗୁଲ୍ ପେ ଏବଂ ଫୋନ୍ ପେ ମାଧ୍ୟମରେ କୌଣସି ଟଙ୍କା ଫେରସ୍ତ କରନ୍ତୁନାହିଁ । ଯେପର୍ଯ୍ୟନ୍ତ ବ୍ୟାଙ୍କରୁ କଲ୍ ନ ଆସିଛି । ବ୍ୟାଙ୍କରୁ କଲ୍ ଆସିବା ପରେ ଟଙ୍କା ଫେରସ୍ତ କରିବେ ।

Get real time updates directly on you device, subscribe now.