fbpx
BSKY
BJD SHG SKY
BJD MC SKY

ଫୋନପେ ଲଞ୍ଚ କରିବ ଆପଷ୍ଟୋର, ଗୁଗଲକୁ ଚ୍ୟାଲେଞ୍ଜ ଦେବ କମ୍ପାନୀ

ଓଡିଶା ଭାସ୍କର : ୱାଲମାର୍ଟରେ ନିବେଶ ପାଇଁ କାମ କରୁଥିବା ଫୋନ ପେ ଏବେ ଆପ ଷ୍ଟୋର ଲଞ୍ଚ କରିବାକୁ ଯାଉଛି । ଯାହା ଦ୍ୱାରା ଫୋନ ପେ’ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟରେ ବୃଦ୍ଧି ହେବ । କାରଣ ଏହି ଗୋଟିଏ ଆପ୍ଲିକେସରେ ଆପଣଙ୍କୁ ମିଳିବ ସବୁ ପ୍ରକାର ସୁବିଧା । ଫୋନ ପେ’ର ଆପଷ୍ଟୋରର ନାମ ଇଣ୍ଡସ ଆପଷ୍ଟୋର । କମ୍ପାନୀ ଆଣ୍ଡ୍ରଏଡ ଆପ ଡେଭଲପରର୍ସଙ୍କୁ ତାର ଆପ ଲିଷ୍ଟରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି । ଏହା ଦ୍ୱାରା କମ୍ପାନୀ ଆପ ଡିଷ୍ଟ୍ରିବୁସନରେ ଗୁଗଲକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି ।

କମ୍ପାନୀ କହିବା ଅନୁସାରେ ଏହି ଆପକୁ ଖୁବ ଶିଘ୍ର ଲଞ୍ଚ କରାଯିବ । ଯାହା ୧୨ ଟି ସ୍ଥାନୀୟ ଭାଷାରେ ଏହା ଉପଲବ୍ଧ ହେବ ଯାହା ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଲୋକମାନଙ୍କ ପାଇଁ ପ୍ରସ୍ତୁତ ହେବ । ଆପ ଡେଭଲପର ମାନଙ୍କୁ ସୁବିଧା ଦେବା ପାଇଁ କମ୍ପାନୀ ପ୍ରଥମ ବର୍ଷ ଆପ ଲିଷ୍ଟିଙ୍ଗ ଫ୍ରି କରିଛି । ଏହା ପରେ ପ୍ରତି ବର୍ଷ କମ ଫି’ ନେବ କମ୍ପାନୀ । କିନ୍ତୁ କେତେ ପରିମାଣର ଫି’ ନେବ କମ୍ପାନୀ ସେ ବିଷୟରେ କୌଣସି ସୂଚନା ଦେଇ ନାହିଁ । ଏହା ଛଡା କମ୍ପାନୀ କହିଛି ଆପ ଡେଭଲପର ପାଇଁ କୌଣସି କମିଶନ କିମ୍ବା ପ୍ଲାଟଫର୍ମ ଫି’ କିମ୍ପା କମିଶନ ପଡିବ ନାହିଁ । ଆଗକୁ ଭାରତରେ ୨୦୨୬ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାରୀକାରୀଙ୍କ ସଂଖ୍ୟା ୧ ଆରବ ହୋଇ ପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.