fbpx

ଗୁଗଲ ପେ ଓ ପେଟିଏମକୁ ପଛରେ ପକାଇ ଦେଇଛି ଫୋନପେ, ଅଧାରୁ ଅଧିକ ଅନଲାଇନ କାରବାର ହେଉଛି ଫୋନପେରେ

ନୂଆଦିଲ୍ଲୀ: ଭାରତରେ ଅନଲାଇନ୍ ପେମେଣ୍ଟ କ୍ଷେତ୍ରରେ ଫୋନପେର ଗୁରୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପେଟିଏମ୍ର ଭାଗିଦାରୀ କମ୍ ରହିଛି । ଜୁଲାଇ ମାସରେ ଅନଲାଇନ୍ କାରବାରରେ ଫୋନପେର ଭାଗିଦାରୀ ୪୭ ପ୍ରତିଶତ ରହିଛି । ରିପୋର୍ଟ ଅନୁସାରେ ୨୦୨୬-୨୭ ବର୍ଷ ସୁଦ୍ଧା ୟୁପିଆଇ ପେମେଣ୍ଟ ଦୈନିକ ୧୦୦କୋଟିରେ ପହଞ୍ଚିଯିବ ଓ ଭାରତର ୯୦ ପ୍ରତିଶତ ରିଟେଲ ପେମେଣ୍ଟ ଡିଜିଟାଲ ହେବ । ନେପାଳ, ଭୁଟାନ ଓ ୟୁଏଇ ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମକୁ ସ୍ୱୀକାର କରିଛନ୍ତି ।

ଆମ ଦେଶରେ ଏବେ ଅନଲାଇନ୍ ପେମେଣ୍ଟ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇଛି । ଆଜିର ସମୟରେ ଅନଲାଇନ୍ ପେମେଣ୍ଟ କରିବା ବହୁତ ସହଜ ହୋଇଯାଇଛି । କିନ୍ତୁ ଏହି ଅନଲାଇନ୍ ପେମେଣ୍ଟ ଦୁନିଆରେ ଫୋନପେର ଜଲୱା କାଏମ ରହିଛି । ଅଧାରୁ ଅଧିକ ଟ୍ରାନଜାକସନ୍ ଫୋନପେ ମାଧ୍ୟମରେ ହେଉଛି । ଅନ୍ୟପକ୍ଷରେ ପେଟିଏମ୍ ଓ ବାକି ଅନଲାଇନ୍ ପେମେଣ୍ଟର ଭାଗିଦାରୀ କମ୍ ରହିଛି ।
ରିପୋର୍ଟ ଅନୁଯାୟୀ ଜୁଲାଇରେ ହୋଇଥିବା ମୋଟ ଅନଲାଇନ ପେମେଣ୍ଟରେ ଫୋନପେର ଭାଗିଦାରୀ ୪୭ ପ୍ରତିଶତ ରହିଛି । ଏହା ପଛକୁ ୩୫ ପ୍ରତିଶତ ରହିଛି ଗୁଗୁଲ ପେରେ ଟ୍ରାନଜାକସନ୍ । ଅନ୍ୟପକ୍ଷରେ ୧୩ ପ୍ରତିଶତ ଟ୍ରାନଜାକସନ ସହିତ ପେଟିଏମ୍ ତୃତୀୟ ସ୍ଥାନରେ ରହିଛି ।

ଜୁଲାଇରେ ମୋଟ ୯.୯୬ ବିଲିୟନ ୟୁପିଆଇ କାରବାର ହୋଇଛି । ଏହି ମାସରେ ମୋଟ ୧୫.୩୪ ଲକ୍ଷ କୋଟିର କାରବାର ହୋଇଛି । ଆକଳନ ଅନୁସାରେ ୨୦୨୬-୨୭ ସୁଦ୍ଧା ଦୈନିକ ୟୁପିଆଇ ପେମେଣ୍ଟ ୧୦୦ କୋଟିରେ ପହଞ୍ଚିବ । ଏହା ସହିତ ଭାରତରେ ୯୦ ପ୍ରତିଶତ ରିଟେଲ ପେମେଣ୍ଟ ଡିଜିଟାଲ ହେବ । ୟୁପିଆଇ କେବଳ ଭାରତରେ ନୁହେଁ ଭାରତ ବାହାରେ ବି ଲୋକପ୍ରିୟ ହେବାରେ ଲାଗିଛି । ଫ୍ରାନ୍ସ ଓ ଶ୍ରୀଲଙ୍କାରେ ୟୁପିଆଇ ପେମେଣ୍ଟ ସିଷ୍ଟମ ଆରମ୍ଭ ହୋଇଛି । ଏହାପୂର୍ବରୁ ୨୦୨୧ରେ ସିଙ୍ଗାପୁରରେ ୟୁପିଆଇ ପେମେଣ୍ଟ ସିଷ୍ଟମ ଆରମ୍ଭ ହୋଇଥିଲା । ଏହା ସହିତ ନେପାଳ, ଭୁଟାନ ଓ ୟୁଏଇ ମଧ୍ୟ ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମକୁ ସ୍ୱୀକାର କରିଛି ।

Get real time updates directly on you device, subscribe now.