କାଉଁଡ଼ିଆଙ୍କ ରାସ୍ତାରେ ପଡିଛି ପୁଳା ପୁଳା ମାଂସ ଖଣ୍ଡ, ଶ୍ରାବଣ ମାସରେ କିଏ କଲା ଏହି ପାପ?
କାଉଁଡ଼ିଆ ଯାତ୍ରା ସମୟରେ ଅଘଟଣ।
ଉତ୍ତରପ୍ରଦେଶ: ଏବେ ସବୁଠି ରାସ୍ତାରେ କାଉଁଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କାଉଁଡିଆଙ୍କ ସୁରକ୍ଷିତ ଯାତ୍ରାର ଆୟୋଜନ ମଧ୍ୟ କରାଯାଉଛି। ଏତେ ସବୁ ପରେ ବି କାଉଁଡିଆଙ୍କ ଯିବା ରାସ୍ତାରେ ପଡିଛି ପୁଳା ପୁଳା ମାଂସ ଖଣ୍ଡ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଏବଂ ରାସ୍ତା ଉପରୁ ମାଂସ ଖଣ୍ଡକୁ ଉଠାଇବାର ବ୍ୟବସ୍ଥା କରିଛି।
କାଉଁଡ଼ିଆଙ୍କ ରାସ୍ତାରେ ମାଂସ ଖଣ୍ଡ: ତେବେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ମହା ଆଡମ୍ବରରେ କାଉଁଡ଼ିଆ ଯାତ୍ରାର ଆୟୋଜନ କରାଯାଉଛି। ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କୁ ଜଳ ଅର୍ପଣ କରୁଛନ୍ତି।
କିନ୍ତୁ ରାଜ୍ୟର ଫିରୋଜାବାଦ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜିଲ୍ଲାର ଉତ୍ତର ଅଞ୍ଚଳରେ କାଉଁଡିଆ ଯାତ୍ରା ରାସ୍ତାରେ ମାଂସ ଖଣ୍ଡ ମିଳିବା ଘଟଣା ସାମ୍ନାକୁ ଆସିଛି।
ପୂରା ଘଟଣା କ’ଣ: ୟୁପିର ଫିରୋଜାବାଦର କାଉଁଡ଼ିଆ ଯାତ୍ରା ରାସ୍ତାରେ ଘଟିଥିବା ଏହି ଉତ୍ତେଜନାମୂଳକ ଘଟଣା ବିଷୟରେ ପୋଲିସ ସୂଚନା ପ୍ରଦାନ କରିଛି।
ପୋଲିସ କହିଛି ଯେ “କୋଟଲା ଛକ ଉପରେ ନିର୍ମିତ ଫ୍ଲାଏଓଭରରୁ କିଛି ଦୁଷ୍ଟ ବ୍ୟକ୍ତି ତଳ ରାସ୍ତାରେ କିଛି ମାଂସ ଖଣ୍ଡ ଫିଙ୍ଗି ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।”
ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା: କାଉଁଡିଆ ଯାତ୍ରା ରାସ୍ତାରେ ମାଂସ ଖଣ୍ଡ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା ସଫା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ପୋଲିସ ପରିସ୍ଥିତିର ଗମ୍ଭୀରତାକୁ ବୁଝି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ସେହି ସ୍ଥାନକୁ ସଫା କରିଥିଲା ଏବଂ ସେହି ବାଟ ଦେଇ ଯାଉଥିବା କାଉଁଡିଆଙ୍କ ଉପରେ ଫୁଲ ବର୍ଷା ମଧ୍ୟ କରିଥିଲା। ପୋଲିସ କହିଛି ଯେ ଏହି ଘଟଣାରେ କୌଣସି କାଉଁଡିଆ ପ୍ରଭାବିତ ହୋଇନାହାଁନ୍ତି।