fbpx

Take-Off ପରେ ଫ୍ଲାଇଟରେ ବମ୍ ଥିବା ନେଇ ମିଳିଲା ସୂଚନା: ଇମରଜେନ୍ସି ଲାଣ୍ଡିଂ କଲେ ପାଇଲଟ

ହାଇଦ୍ରାବାଦ: ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ଏକ ଫ୍ଲାଇଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଯାହା ଫଳରେ ଫ୍ଲାଇଟକୁ ଜରୁରୀକାଳୀନ ଅବତରଣ କରିବା ପାଇଁ ବାଧ୍ୟ ହୋଇଛନ୍ତି ପାଇଲଟ । ତେଣୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଫ୍ଲାଇଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନ । ଏହାପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଚେନ୍ନାଇ ଅଭିମୁଖେ ଫ୍ଲାଇଟ ଟେକ୍-ଅଫ ପରେ ଏଥିରେ ବମ୍ ଥିବା ନେଇ ସୂଚନା ମିଳିଥିଲା । ଫଳରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଏୟାରପୋର୍ଟରେ ଫ୍ଲାଇଟକୁ ଇମରଜେନ୍ସି ଲାଣ୍ଡିଂ କରାଯାଇଥିଲା । ଏହାପରେ ତୁରନ୍ତ ବୋମା ଯାଞ୍ଚ କରାଯାଇଥିଲେ ମଧ୍ୟ ଫ୍ଲାଇଟ ଭିତରୁ କୌଣସି ବିସ୍ଫୋରକ ମିଳିନଥିଲା । ତେଣୁ ଏ ନେଇ ଗୁଜବ ପ୍ରଚାର ବା ମିଥ୍ୟା ସୂଚନା ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ବୋମା ଥିବା ଗୁଜବକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ତେବେ ଯାଞ୍ଚ ପରେ ଫ୍ଲାଇଟ ଭିତରୁ କୌଣସି ବିସ୍ଫୋରକ ମିଳିନଥିଲା । ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ପୋଲିସ କହିବା ଅନୁଯାୟୀ, ଫ୍ଲାଇଟ ମିସ୍ ହୋଇଯିବାରୁ ବୋମା ଥିବା ଗୁଜବ ପ୍ରଚାର କରିଥିଲା ଯୁବକ । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.