fbpx

୧୦ ବର୍ଷ ପୂରୁଣା ଆଧାର କାର୍ଡକୁ ନେଇ ଆସିଲା ବଡ ଖବର, ଅପଡେଟ କରନ୍ତୁ ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଆଧାରକାର୍ଡ ଆଜିକାଲି ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ସବୁ କାର୍ଯ୍ୟରେ ଆଧାରକାର୍ଡ ପ୍ରଥମେ ଆବଶ୍ୟକ ହେଉଛି । ତେଣୁ ଯେଉଁମାନଙ୍କ ପାଖେ ଆଧାରକାର୍ଡ ନାହିଁ ସେମାନେ ସରକାରଙ୍କର କୌଣସି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହାସହ ସରକାର ଆଧାରକାର୍ଡ ସହ ପ୍ୟାନକାର୍ଡରେ ଲିଙ୍କ କରିବା ବାଧ୍ୟତା ମୂଳକ କରିଦେଇଛନ୍ତି । ସରକାର କହିଛନ୍ତି, ଯେଉଁମାନେ ୩୧ ମାର୍ଚ୍ଚ ପୂର୍ବରୁ ନିଜର ଆଧାରକାର୍ଡ ପ୍ୟାନକାର୍ଡ ସହ ଲିଙ୍କ କରିନଥିବେ ସେହି ପ୍ୟାନକାର୍ଡ କୌଣସି କାର୍ଯ୍ୟ କରିବ ନାହିଁ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଆଧାରକାର୍ଡର ପ୍ରସ୍ତୁତିକରଣ ୨୯ ସେପ୍ଟେମ୍ବର ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ଏହାକୁ ବାୟୋମେଟ୍ରିକ ବନା ହୋଇଥିଲା । ଆଖି ଠାରୁ ଆରମ୍ଭ କରି ହାତର ସମସ୍ତ ଆଙ୍ଗୁଠିର ଫିଙ୍ଗର ପ୍ରିଣ୍ଟ ରଖା ଯାଇଥିଲା । ସରକାରଙ୍କ ପାଖେ ୟୁଆଇଡିଏଆଇ ଜରିଆରେ ଆଧାରକାର୍ଡର ସମସ୍ତ ଡାଟା ରଖାଯାଇଛି । ଏହି ସଂସ୍ଥା ଏହାର ସମସ୍ତ ସଂଚାଳନ କରିଥାଏ ।

ବର୍ତ୍ତମାନ ୟୁଆଇଡିଆଇ ଆଜି ଆଦେଶ ଦେଇଛନ୍ତି ଯେ, ଯଦି ଆପଣଙ୍କ ଆଧାରକାର୍ଡ ୧୦ ବର୍ଷ ପୂର୍ବରୁ ବନାଯାଇଛି ଏବଂ ତାକୁ ଆପଣ ଅପଡେଟ କରିନାହାନ୍ତି ତେବେ ଆପଣଙ୍କୁ ଅନୁରୋଧ ଯେ, ନିଜର ପ୍ରମାଣ ପତ୍ର ଏବଂ ଠିକଣା ପ୍ରୁଫ୍ ର କାଗଜପତ୍ରକୁ ଅପଲୋଡ କରି ଏହାକୁ ପୁଣି ଥରେ ଯାଞ୍ଚ କରାନ୍ତୁ । ତେବେ ଅନଲାଇନ ଅପଲୋଡ କରିବାର ମୂଲ୍ୟ ୨୫ ଟଙ୍କା ଏବଂ ଅଫଲାଇନ ପାଇଁ ୫୦ ଟଙ୍କା ଫିସ୍ ରହିଛି ।

Get real time updates directly on you device, subscribe now.