fbpx
BJD SKY
BJD SKY

ଡୋମିନିକନ୍ ରିପବ୍ଲିକରେ ପ୍ଲେନ୍ କ୍ରାସ୍, ୯ ଜଣଙ୍କର ମୃତ୍ୟୁ

BJD

ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକ୍ ରୁ ଦୁଃଖଦ ଖବର ସାମନାକୁ ଆସିଛି । ଏଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି । ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରେ ଯାତ୍ରା କରୁଥିବା ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିରେ ୭ ଜଣ ଯାତ୍ରୀଙ୍କ ସମେତ ୨ ଜଣ କ୍ରୁ ମେମ୍ବର ରହିଥିଲେ ।

ଏହି ଗଲ୍ଫ ଷ୍ଟ୍ରିମ୍ ବିମାନ ବୁଧବାର ଦିନ ସେଣ୍ଟୋ ଡୋମିଙ୍ଗୋର ଲାସ୍ ଆମେରିକାସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରାସ୍ ହୋଇଯାଇଥିଲା । ବିମାନ କମ୍ପାନୀ ହେଲିଡୋସା ଏଭିଏସନ୍ ଗ୍ରୁପ୍ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ କିମ୍ବା ଜରୁରୀକାଳୀନ ଲ୍ୟାଣ୍ଡିଂ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

କମ୍ପାନୀ ପକ୍ଷରୁ ଟୁଇଟର୍ ରେ ପୋଷ୍ଟ କରାଯାଇଥିବା ଏକ ବୟାନ ରେ ଲେଖିଛନ୍ତି ଯେ, ଆମ କମ୍ପାନୀ ସକ୍ରିୟ ଭାବରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଓ ବିସ୍ତୃତ ସୂଚନା ନେବା ପାଇଁ ପ୍ରୟାସ ଚଳାଇଛୁ । ତେବେ ମୃତ ବ୍ୟକ୍ତିମାନଙ୍କ ପରିଚୟ ଜଣାପଡ଼ିପାହିଁ ।

Get real time updates directly on you device, subscribe now.