fbpx

ସରକାର ବର୍ଷ ପୂର୍ତ୍ତିରେ ମୋଦିଙ୍କ ଅଡ଼ିଓ ବାର୍ତ୍ତା

ନୂଆଦିଲ୍ଲୀ, ୩୦ା୫: ସରକାର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡ଼ିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଭାରତ ଏହି ସମୟରେ ନିଜକୁ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ସମୟର ଆହ୍ୱାନ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଆମେ ଆମ ବର୍ତ୍ତମାନ ଓ ଭବିଷ୍ୟତ ତିଆରି କରିବା ଆବଶ୍ୟକ । ଆମେ ପ୍ରଗତି ସହ ଉନ୍ନତି ପଥରେ ନିଶ୍ଚୟ ଆଗେଇବା ବୋଲି ସେ କହିଛନ୍ତି । ଅମ୍ଫାନ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ମୋଦି । ଓଡ଼ିଶାବାସୀଙ୍କ ବାତ୍ୟା ମୁକାବିଲା କରିବା ସାହସକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.