fbpx

PM ମୋଦି ସମଗ୍ର ବିଶ୍ୱ ପରିଭ୍ରମଣ କରିପାରିବେ, ମାତ୍ର CM ମମତା ଇଟାଲି ଗସ୍ତ କରିପାରିବେ ନାହିଁ, ଜାଣନ୍ତୁ କ’ଣ ଘଟଣା

Advertisement

ନୂଆଦିଲ୍ଲୀ: ରୋମରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ‘ପିସ୍ ଅଫ୍ କନଫରେନ୍ସ’ରେ ଭାଗ ନେବା ପାଇଁ ଦୁଇମାସ ପୂର୍ବରୁ ଇଟାଲି ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରିଥିଲେ । ମାତ୍ର ଭାରତ ସରକାର ମମତାଙ୍କୁ ଅନୁମତି ପ୍ରଦାନ କରିନାହାନ୍ତି, ଯାହାକୁ ନେଇ ଦିଦି ନିରାଶ ହୋଇଛନ୍ତି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାରୁ ଏହି ସମୟରେ ଦିଦି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି ଯଦି କୋଭାକ୍ସିନ୍ ନେଇ ଆମେରିକା ଯାଇପାରୁଛନ୍ତି, ତେବେ ସେ କାହିଁକି ରୋମ୍ ଯାଇପାରିବେ ନାହିଁ ବୋଲି ଦିଦି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ମମତା କହିଛନ୍ତି ଯେ, ମୁସଲମାନ ହୋଇଥିଲେ ହେଁ ଜର୍ମାନୀ ଚାନ୍ସେଲର, ପୋପଙ୍କୁ ଉକ୍ତ ସମ୍ମିଳନୀରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ତାଙ୍କୁ ହିନ୍ଦୁତ୍ୱ ଆଧାରରେ ଡକାଯାଇଥିଲା । ଯଦି ଦେଶରେ ହିନ୍ଦୁ ଧର୍ମ ଉପରେ ଏତେ ଚର୍ଚ୍ଚା ହେଉଛି, ତେବେ ସେ ସମ୍ମିଳନୀରେ ଯୋଗଦେବେ କ’ଣ ଅସୁବିଧା ହେଉଛି । ଦେଶରେ ଲୋକମାନେ ତାଙ୍କ ଉପରେ ଈର୍ଷାନ୍ୱିତ ହୋଇ ରୋମକୁ ଯିବାକୁ ଦେଇ ନଥିବା ସେ ଆରୋପ ଲଗାଇଛନ୍ତି । ଇଟାଲି ସରକାରଙ୍କ ନିମନ୍ତ୍ରଣକୁ ଆଧାର କରି ଦିଦି ଦୁଇମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିଥିଲେ । ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଉକ୍ତ ସମ୍ମିଳନୀକୁ ଯିବା ଠିକ୍ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମମତାଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୋଭାକ୍ସିନକୁ ମଞ୍ଜୁରୀ ଦେଇଥିବା ବେଳେ ମୋଦି ଆମେରିକା ଗସ୍ତରେ ଯାଇଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱ ବୁଲିପାରିବେ, ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ଦେଶ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ମମତା କହିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୬ ଓ ୭ ତାରିଖରେ ରୋମରେ ୱାର୍ଲ୍ଡ ‘ପିସ୍ ଅଫ୍ କନଫରେନ୍ସ’ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତାମାନେ ଯୋଗଦେବାକୁ ଥିବାବେଳେ ମମତା ଏଥିରେ ଯୋଗଦେଇପାରିବେ ନାହିଁ ।

Get real time updates directly on you device, subscribe now.