fbpx

ମାତ୍ର ଗୋଟିଏ ସପ୍ତାହ ପରେ ଖାତାକୁ ଆସିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ପଇସା, କାହାକୁ ମିଳିବ , କାହାକୁ ମିଳିବନି ଏହିଠାରେ କରନ୍ତୁ ଚେକ୍

Advertisement

ନୂଆଦିଲ୍ଲୀ:ଯଦି ଆପଣପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ପାଇବାକୁ ଅପେକ୍ଷା କରି ରହିଛନ୍ତି ତେବେ ଖୁବ୍ ଶୀଘ୍ର ଆପଣଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଖୁବ୍ ଶୀଘ୍ର ଆପଣଙ୍କ ଖାତାକୁ ୨୦୦୦ଟଙ୍କା ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ କୃଷକଭ୍ଖ ଖାତାକୁ ୧୩ ତମ କିସ୍ତି ପଇସା ଆସି ସାରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ କୃଷକଙ୍କୁ ୬ ହଜାର ଟଙ୍କର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାର ଲାଭ ପ୍ରତି ବର୍ଷ ତିନିଟି କିସ୍ତିରେ କୃଷକଙ୍କୁ ଦିଆଯାଉଛି ।

୨୮ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତିରେ ୧୦ କୋଟି କୃଷକଙ୍କ ଖାତାରେ ୨୦୦୦ ଟଙ୍କା ପଇଠ କରିବାକୁ ଯାଉଛନ୍ତି । ୨୮ ଜୁଲାଇରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ନାଗୌର ଗସ୍ତରେ ଯାଉଛନ୍ତି । ଏଠାରେ ଜାଟ୍ ସଂପ୍ରଦାୟର ଲୋକେ ଅଧିକ ସଂଖ୍ୟାରେ ବାସ କରନ୍ତି । କୁହାଯାଉଛି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଜରିଆରେ ୧୪ ତମ କିସ୍ତିର ଘୋଷଣା ଏହି ଜନସଭାରେକରାଯିବ ।

ଏହି ଯୋଜନାର ଲାଭ ପାଇବାକୁ ଆପଣ ଏ ପର୍ଯ୍ୟନ୍ତ କେୱାଇସି କରାଇ ନ ଥିଲେ ଏହା କରାଇ ନିଅନ୍ତୁ । ନଚେତ ଆପଣ କିସ୍ତିର ଲାଭ ପାଇବାରୁ ବଞ୍ଚିତ ହେବେ । ଆପଣ କିଷାନ ପୋର୍ଟାଲ pmkisan.gov.in କୁ ଯାଇ ନିଜର ନିକଟସ୍ଥ ସିଏସସି ସେଣ୍ଟରରେ ଏହି କାମକୁ ଜଲଦି କରି ନିଅନ୍ତୁ । ଏହା ସହିତ ଆପଣ କିସ୍ତିର ଲାଭ ଉଠାଇବାକୁ ଚାହୁଁଥିଲେ ଯେତେ ଶୀଘ୍ର ପାରିବେ ଭୂସତ୍ୟାୟନ କରି ନିଅନ୍ତୁ । ଏହା ସମସ୍ତ କୃଷକଙ୍କ ଲାଗି କରାଇବା ଅନିବାର୍ଯ୍ୟ । ଯଦି ଆପଣ ଏହା କରାଇ ନହାନ୍ତି ତେବେ ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯାଇ ଏହା କରାଇ ନିଅନ୍ତୁ ।

ଯଦି କୃଷକ ପରିବାର କୌଣସି ସଦସ୍ୟ ଟିକସ ଜମା କରୁଛନ୍ତି ତେବେ ତାଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ । ସେହିପରି ଯାହାଙ୍କ ପାଖରେ କୃଷିଯୋଗ୍ୟ ଜମି ନାହିଁ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଯଦି କୌଣସି ଜମି ମାଲିକ ସରକାରୀ ଚାକିରୀ କରୁଛନ୍ତି ତେବେ ମଧ୍ୟ ତାଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ । କୌଣସି କୃଷକ ମାସକୁ ୧୦,୦୦୦ ପେନସନ୍ ପାଉଥିଲେ ବି ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ।
ତେବେ ଏହି ଯୋଜନାରେ ନିଜର ଷ୍ଟାଟସ୍ ଚେକ୍ କରିବା ଲାଗି ଅଧିକାରୀକ ୱେବସାଇଟ୍ https://pmkisan.gov.inକୁ ଯାଇ ବେନିଫିସିଆରୀ ଷ୍ଟାଟସ୍ ଚେକ୍ କରନ୍ତୁ ।

Get real time updates directly on you device, subscribe now.