fbpx

(Video)ମୋଦୀ ଓ ନାଇଡୁଙ୍କ ପାଦ ନ ଛୁଇଁ ପବନ କଲ୍ୟାଣ ଛୁଇଁଲେ ଏ କାହାର ପାଦ, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବୁଧବାର ନୂଆ ସରକାର ଶପଥ ନେଇଛନ୍ତି । ତେଲଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହାପରେ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।

ଏହାରି ମଧ୍ୟରେ ଶପଥ ଗ୍ରହଣ ପରେ ପବନ କଲ୍ୟାଣ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ ବରିଷ୍ଠ ନେତାଙ୍କୁ ନମସ୍କାର କରିଥିଲେ । କିନ୍ତୁ ଏହାରି ମଧ୍ୟରେ ସେ କେବଳ ନିଜ ବଡଭାଇ ତଥା ପ୍ରତିଷ୍ଠିତ ଅଭିନେତା ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହା ପୂର୍ବରୁ ମଧ୍ୟ ପବନ ଭାଇ ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପବନ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୀଠପୁରମ୍ ସିଟ୍‌ରେ ବିଜୟ ହାସଲ କରିଥିଲେ । ଏହି ବିଜୟ ପରେ ସେ ଭାଇ ଚିରଞ୍ଜିବୀଙ୍କୁ ସାକ୍ଷାତ କରିଥିଲେ ।

Get real time updates directly on you device, subscribe now.