fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଆଜି ରାତି ୧୨ଟାରୁ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍-ଡାଉନ୍

BJD

ନୂଆଦିଲ୍ଲୀ,୨୪ ।୩: କରୋନା ଭାଇରସ ପ୍ରସଙ୍ଗରେ ଦେଶବାସୀଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ବୋଧନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କ ଧନ୍ୟବାଦ ଜଣାଇବା ସହ କରୋନାକୁ ହରାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ରାତି ୧୨ଟାରୁ ସାରା ଭାରତ ଲକ୍-ଡାଉନ୍ ହେବ । ଜନତା କର୍ଫ୍ୟୁଠାରୁ ବି ଏହା ଅଧିକ କଡାକଡି ହେବ । ଦେଶରେ ଏହି ଲକ୍-ଡାଉନ୍ ୨୧ ଦିନ ପର୍ଯ୍ୟନ୍ତ ରହିବ । ଏହି ପଦକ୍ଷେପ ଦେଶବାସୀଙ୍କୁ କରୋନା ଠାରୁ ବଞ୍ଚାଇବା ପାଇଁ ନିଆଯାଇଛି ।’

ଏହା ସହ ମୋଦୀ କହିଛନ୍ତି ଯେ, ୨୧ ଦିନ ପର୍ଯ୍ୟନ୍ତ ନିଜକୁ ନସମ୍ଭାଳିଲେ ଆମେ ୨୧ ବର୍ଷ ପଛକୁ ଚାଲିଯିବା । ଆଜିର ଘୋଷଣା ଆପଣଙ୍କ ପାଇଁ ଲକ୍ଷ୍ମଣରେଖା । ଲକ୍-ଡାଉନ୍ ସମୟରେ ଘରୁ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆପଣମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । କରୋନା ବ୍ୟାପିଲେ ଏହାକୁ ରୋକିବା ଅସମ୍ଭବ ହେବ । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବିତ ରଖିବା ଆମର ଲକ୍ଷ୍ୟ । କ-ରୋ-ନା ଅର୍ଥାତ୍ କେହି ରାସ୍ତାକୁ ନ ବାହାରନ୍ତୁ । ଜୀବନ ଅଛି ତ ସବୁ କିଛି ଅଛି । ଆପଣଙ୍କ ଧେର୍ଯ୍ୟ ଓ ଅନୁଶାସନର ସମୟ ଆସି ଉପନୀତ ହୋଇଛି । ୨୧ ଦିନ ପର୍ଯ୍ୟନ୍ତ ଆପଣଙ୍କ ଜୀବନ ଓ ପରିବାରକୁ ରକ୍ଷା କରିବା ପାଇଁ ଘରୁ ବହାରନ୍ତୁ ନାହିଁ । କାରଣ କରୋନା ସହ ଲଢିବା ପାଇଁ ଏହି ଏକ ରାସ୍ତା ଆମ ପାଖରେ ଅଛି ।’

Get real time updates directly on you device, subscribe now.